ସରକାରଙ୍କୁ ଡରାଇଲାଣି ସଂକ୍ରମଣ!
କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ପୁଣି ଥରେ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଆକାଶଛୁଆଁ ନହେବ ସେନେଇ ଜରୁରୀ ପଦକ୍ଷେପ ମାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ହୋଲି ଓ ଇଦ ଆସୁଛି । ହୋଲିରୁ ଇଦୁଲ ଫିତର ଯାଏଁ ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।
କରୋନା ସଂକ୍ରମଣ ରୋକିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳୋୟର ଅତିରିକ୍ତ ସଚିବ ।ହୋଲିରୁ ଇଦୁଲ ଫିତର ଯାଏଁ ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।ହୋଲି ସହ ବାରାତ, ବିହୁ, ଇଷ୍ଟର ଓ ଇଦୁଲ ଫିତର ଭଳି ପର୍ବରେ ଜନ ଗହଳି ହେବାର ଆଶଙ୍କା ଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି ।
ଏବେ ଦେଶରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗୁଛି । ଗତ ୨୪ ଘଂଟାରେ ସଂକ୍ରମଣ ସଂଖ୍ୟା ୪୭ ହଜାର ଟପିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥର ସଂକ୍ରମିତ ହେଉଥିବା ଲୋକମାନଙ୍କ ମଧ୍ୟରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିଛି । ଯାହା ସରକାରଙ୍କ ନିଦ ହଜାଇଦଇଛି ।