THE BYAPINI

ଆଜି ଶ୍ରୀଜିଉଙ୍କ ଚକା ବିଜେ ନୀତି

Get real time updates directly on you device, subscribe now.

ଫୁଲୁରୀ ତେଲ ଓ ଓସ୍ୱ ଲାଗି ପରେ ବି କମୁନି ମହାପ୍ରଭୁଙ୍କ ଜର । ଅଣସର ପିଣ୍ଡିରେ ଏବେ ବି ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ସ୍ନାନପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ଲାଗି କରାଯାଇଥିଲା ଜ୍ଝ ପରେ ଶ୍ରୀ ବିଗ୍ରହ ମାନଙ୍କୁ ଓଷୁଅ ଲାଗି କରାଯାଇଛି । ଦଇତାପତି ସେବାୟତମାନେ ରାଜବୈଦଙ୍କ ପରାମର୍ଶ କ୍ରମେ ଉପଚାର କରୁଛନ୍ତି ।

ମହାପ୍ରଭୁଙ୍କୁ ମହାଜ୍ୱରରୁ ସୁସ୍ଥ କରିବା ପାଇଁ ଆସନ୍ତାକାଲି ମଧ୍ୟରାତ୍ରୀରେ ଲାଗି ଶ୍ରୀଜିଉଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ । ପରମ୍ପରା ଆଧାରରେ ଶ୍ରୀମନ୍ଦିର ରାଜ ବୈଦଙ୍କ ଘରୁ ଏହି ଦଶମୂଳ ମୋଦକ ଆସିଥାଏ । ସେପଟେ ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ । ଦଶମୀ ତିଥିରେ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯିବ। ରଥଯାତ୍ରା ତାରିଖ ପାଖେଇବା ସବ ରଥକାମ ବି ଖୁବ୍ ଜୋରସୋରରେ ଚାଲିଛି ।କେବେଳ ସେବାୟତ ମାନେ ଚଳିତ ବର୍ଷ ମହାପ୍ରଭୁଙ୍କ ତିନି ରଥକୁ ଟାଣିବେ । ଏନେଇ ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ବଡ଼ଦାଣ୍ଡର ଦୁଇ ପାଶ୍ୱରେ ଥିବା କୋଠାରୁ ଛାତ ଉପରୁ ମଧ୍ୟ ରଥଯାତ୍ରା ଦେଖିବାକୁ ମନାକରାଯାଇଛି । ରଥଯାତ୍ରା ସମୟରେ ଘରେ ରହିବେ ଶ୍ରଦ୍ଧାଳୁ ।

Get real time updates directly on you device, subscribe now.

Leave A Reply

Your email address will not be published.