THE BYAPINI

ଜଗା ଆସିବ ବଡ଼ଦାଣ୍ଡକୁ …ଆଜିଠୁ ଆରମ୍ଭ ପ୍ରସ୍ତୁତି

Get real time updates directly on you device, subscribe now.

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥକାଠ ଅନୁକୂଳ ହେବ । କଟକଣା ମ୍ୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯିବ । ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ପ୍ରସ୍ତୁତ କରାଯାଇଥିବା ବେଳେ ରଥଖଳା ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ।ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି କରାଯାଇଛି ।

ଜଗା ଆସିବ ବଡ଼ଦାଣ୍ଡକୁ । ସେଥିପାଇଁ ଆଜିଠୁ ପ୍ରସ୍ତତ ହେବ ରଥ କାମ । ରଥ କାଠ ପହଚିଂ ସାରିଥିବା ବେଳେ ନିର୍ମାଣରେ ନିୟୋତ ହେବାକୁ ଥିବା ମହାରଣା ଓ ଭୋଇ ସେବକମାନ ବେଶ ଉତ୍ସାହିତ ଅଛନ୍ତି । କୋଭିଡ଼ କଟକଣା ନିୟମକୁ ମାନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ରଥଖଳା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ବନଯାଗ ପଦ୍ଧତିରେ ଦେଉଳ ପୁରୋହିତଙ୍କ ଓ ୧୧ ଜଣ ବ୍ରାହ୍ମଣ ନୃସିଂହ ମନ୍ତ୍ରରେ କାଠକୁ ମନ୍ତ୍ରିତ କରିବେ । କୁରାଢୀକୁ ଶକ୍ତି ମନ୍ତ୍ରରେ ପୂଜା କରିବା ପରେ ରଥ ନିର୍ମାଣ କାମ ଅନୁକୂଳ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ ।

ସେହିପରି ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା ଯିବା ସହ ନୌକା ପ୍ରସ୍ତୁତ ହୋଇଛି । କୋଭିଡ୍ ନିୟମ ଅନୁଯାୟୀ ନିତି ସମ୍ପାଦନ କରିବେ ସେବାୟତ । କିନ୍ତୁ ଚଳିତ ବର୍ଷ କୋଭିଡ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ ବିନା ଭକ୍ତରେ କଟକଣା ଭିତରେ ଚନ୍ଦନଯାତ୍ରା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର, ଶ୍ରୀମନ୍ଦିର କାର୍ୟ୍ୟାଳୟ, ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୨୧ ଦିନିଆ ୧୪୪ ଧାରା ଜାରି କରାଯାଇଛି । ୨୧ ଦିନ ପର୍ୟ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ୟ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.