THE BYAPINI

କେମିତି ହେବ ଚନ୍ଦନଯାତ୍ରା?

Get real time updates directly on you device, subscribe now.

ମହାମାରୀ ସମୟରେ କେମିତି ହେବ ଚନ୍ଦନଯାତ୍ରା ? ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା । କୋଭିଡ କଟକଣା ଭିତରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସେହିପରି ଶ୍ରୀମନ୍ଦିରରେ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ ବୋଲି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।।

ଚନ୍ଦନ ଯାତ୍ରା ଦିନ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି ରହିବ । ଚନ୍ଦନ ଚକଡା ନିକଟକୁ ଯିବା ଉପରେ ମଧ୍ୟ ରୋକ ଲଗାଯାଇଛି । ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ପଂଚମହାଦେବ କମିଟିର ପ୍ରତିଟି ବିମାନରେ ୭ ଜଣ ଲେର୍ଖାଏ ରହିବାକୁ ଅନୁମତି ମିଳିବା ସହ ନରେନ୍ଦ୍ରରେ ଚାପ ନୀତି ଶୀଘ୍ର ସାରି ତୁରନ୍ତ ଫେରିବାକୁ ପ୍ରଶାସନିକ ନିର୍ଦ୍ଦେଉଶ ରହିଛି ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ଚନ୍ଦନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ଏହା ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି । କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ, ତା’ର ସମୀକ୍ଷା କରିଛନ୍ତି । ପ୍ରଶାସନ ପକ୍ଷରୁ ସେବାୟତଙ୍କ ସଂଖା ସୀମିତ କରି ଏକୋଇଶ ଦିନ ବାହାରେ ଚନ୍ଦନଯାତ୍ରା ଓ ରଥନିର୍ମାଣ ଅନୁକୂଳ ପର୍ବକୁ କଟକଣା ଭିତରେ କରିବା ପାଇଁ ନିଷ୍ପତି ନେଇଛି ଛତିଶନିଯୋଗ ।

ଗତବର୍ଷ କରୋନା ପାଇଁ ଶ୍ରୀମନ୍ଦିର ପରିସରରେ ହୋଇଥିଲା ଅକ୍ଷୟ ତୃତୀୟା ଚନ୍ଦନ ଯାତ୍ରା । କେବଳ ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ୟ୍ୟ ପରାମର୍ଶ ଦେଇଥିଲେ। ମେଘନାଦ ପାଚେରୀ ଭିତରେ ଚନ୍ଦନ ଯାତ୍ରା ବିଧି ଓ ନୀତିକାନ୍ତି ପାଳନ କରାଯାଇଥିଲ । ।

Get real time updates directly on you device, subscribe now.

Leave A Reply

Your email address will not be published.