THE BYAPINI

କ୍ରିକେଟ ବଢାଇଲା କରୋନା

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ରାଜ୍ୟରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାଖାପାଖି ପହଚିଂଥିବା ବେଳେ ନୂଆପଡାରୁ କେବେଳ ଚିହ୍ନଟ ହୋଇଛନ୍ତି ୮୬ ଜଣ । ତେବେ ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

କ୍ରିକେଟ ଖେଳ ଯୋଗୁ ବଢିଲା କରୋନା । ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି।ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।କଳହାଣ୍ଡି, ନୂଆପଡ଼ାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଦିବ୍ୟଶଙ୍କର ମିଶ୍ର। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଉଛି । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠି କଂଟେନମେଂଟ କରାଯାଉଛି ବୋଲି ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ୨୪ ଘଂଟାରେ ନୂଆପଡାରୁ ସର୍ବାଧିକ ୮୬ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.