THE BYAPINI

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନବୀନ

Get real time updates directly on you device, subscribe now.

କେମିତି ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ? ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେ ନେଇ ପଚାରିବୁଝିଛନ୍ତି । ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ନବୀନ । ପ୍ରଦୀପ୍ତ ନାୟକଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଉଭୟ ଏମ୍ସ ଓ ଏସ୍‌ସିବି ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଏବେ ପ୍ରଦୀପ୍ତ ନାୟକ କୋଭିଡ ନେଗେଟିଭ ଅଛନ୍ତି । ହେଲେ ଫୁସଫୁସରେ ସଂକ୍ରମଣ ଯୋଗୁଁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ଡାକ୍ତର କହିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର ରହିଛି । କୋଭିଡ ନେଗେଟିଭ ଥିଲେ ମଧ୍ୟ ତାଙ୍କ ଫୁସଫୁସରେ ସଂକ୍ରମଣ ରହିଛି । ତେଣୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଡାକ୍ତର । କିପରି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ସେ ନେଇ ସମସ୍ତ ଉଦ୍ୟମ କରାଯାଉଥିବା ଡାକ୍ତର କହିଛନ୍ତି । ତେବେ ପ୍ରଦୀପ୍ତଙ୍କୁ ସର୍ବୋକ୍ରାଷ୍ଟ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଚିକତ୍ସା ପାଇଁ ସମସ୍ତ ସହଯୋଗ କରିଥିବାରୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏମ୍ସ ନିର୍ଦ୍ଦେିକା ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମସ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । କିପରି ପ୍ରଦୀପ୍ତଙ୍କୁ ଉତମ ଚିକିତ୍ସା ଯୋଗାଇଦିଆଯିବ ସେ ନେଇ ଦିଲ୍ଲୀ ଏମସ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଗତ ୧୬ ଦିନ ଧରି ଏମସରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ ଗତ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ନିଜେ ଏନେଇ ଟୁଇଟରରେ ସୂଚନା ଦେଇଥିଲେ । ଏହାର ୫ ଦିନ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏମସରେ ଭର୍ତି କରାଯାଇଥିଲା । କିନ୍ତୁ କିଛି ଦିନ ସ୍ଥିର ରହିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଆରମ୍ଭ କରିଥିଲା । ଶେଷରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ।

Get real time updates directly on you device, subscribe now.

Leave A Reply

Your email address will not be published.