THE BYAPINI

ସତର୍କ କରାଇଲେ ସିଏମ

Get real time updates directly on you device, subscribe now.

ଏଣିକି କଡାକଡି ହେବ କରୋନା କଟକଣା । କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ଏସପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷାକରିବା ଏବଂ ମାକ୍ସ ପିନ୍ଧିବାକୁ ପୁନର୍ବାର ଗୁରୁତ୍ବ ଦିଆଯାଇଛି । ଏସଂପର୍କରେ ଆଇନଶୃଙ୍ଖଳା ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଅମାନିଆଙ୍କ ପ୍ରତି ପୋଲିସ ଅଧିକ କଠୋର ହେବା ସହ କୋଭିଡ କଟକଣା ନ ମାନିଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ ଦିଆଯାଇଛି ।

ସୀମାନ୍ତବର୍ତ୍ତୀ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢୁଛି ତେଣୁ ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଫୋକସ୍। ସୀମାନ୍ତ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ,ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ସ୍ଥିତି ଅନୁଯାୟୀ ଆବଶ୍ୟକ ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାରେ ଅଧିକ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ପାରାମେଡିକ୍, ଲ୍ୟାବ୍ ଟେକ୍ନିସିଆନ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ ଯୋଗାଇବାକୁ ନିର୍ଦ୍ଦେଶ । ଆମ୍ବୁଲାନ୍ସ ଓ ବେଡ୍ ନେଇ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍ସ ନଆସିବା, ହସ୍ପିଟାଲରେ ବେଡ୍ ନଥିବା ଅଭିଯୋଗକୁ ଗ୍ରହଣ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, କରୋନର ଦ୍ୱିତୀୟ ଲହରି ଅଧିକ ସଂକ୍ରମଣ ଅତି ସଂକ୍ରାମକ। ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ବିପକ୍ଷରେ ବିଜୟ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ କଟକଣାକୁ କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି। ଏବେ ଢିଲାପଣ ହେବାର ସମୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.