THE BYAPINI

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ : ୧୦ ଗିରଫ

Get real time updates directly on you device, subscribe now.

ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦ଜଣ ଗିରଫ ହୋଇସାରିଲେଣି । କିଛି ବିଦେଶୀ ବି ଏଥିରେ ସାମିଲ ଥିବା ଅନୁମାନ କରାଯାଉଛି । ଏହି ମାମଲାରେ ଓଡିଶା ସମେତ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୭ଟି ସ୍ଥାନରେ ଚଢାଉ କରିଛି ସିବିଆଇ ।
ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲା ।ଏଥିରେ ୮୩ ଜଣଙ୍କୁ ଅଭିଯୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଘଟଣା ପଛରେ ଏକ ବଡ ର୍ୟାକେଟ ଥିବା କଥା ସିବିଆଇ ଜାଣିବା ପରେ ଏଭଳି ରେଡ କରାଯାଇଛି । ଅନଲାଇନରେ ଶିଶୁଙ୍କ ନିର୍ୟାତନା ନେଇ ୫୦ଟି ଗୋଷ୍ଠୀ ସକ୍ରିୟ ହିଛି । ଆଉ ଶହେଟି ଦେଶରେ ଏମାନଙ୍କ ନେଟୱର୍କ ଥିବା ଜଣାପଡିଛି ।
ଓଡିଶାକୁ ବି ଲମ୍ବିଛି ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣର ଚେର । ଢେଙ୍କନାଳ, ଭଦ୍ରକ, ଯାଜପୁରରୁ ଅନ୍ୟସ୍ଥାନକୁ ଘୁରିବୁଲୁଥିଲା ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ । ଗତକାଲି ଏହି ସ୍ଥାନରେ ଚଢାଉ କରି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପଚରାଉଚରା କରିଛି ସିବିଆଇ ଟିମ । ଏମାନେ ହେଲେ ଢେଙ୍କନାଳର ସୁରେନ୍ଦ୍ର ନାୟକ, ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସ । ସୁରେନ୍ଦ୍ର ନାୟକ ୨ ମାସ ପୂର୍ବରୁ ଏହି ଗ୍ରୁପରେ ସାମିଲ ହୋଇଥିଲେ । ସେହଭଳି ଅନୀଲ ମାଝିଙ୍କୁ ବି ପଚରାଉଚରା ହୋଇଛି ତା ମୋବାଇଲ ଫୋନକୁ ଜବତ କରିଛି ପୁଲିସ । ସିବିଆଇ ଅନୀଲଙ୍କ ବ୍ୟାଙ୍କ ଆକାଂଉଟକୁ ଜବତ କରିବା ସହ ଏଥିରେ ବିଦେଶୀ ଲିଙ୍କ ଥିବା କଥା ଜାଣିବାକୁ ପାଇଛି ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.