THE BYAPINI

‘ଦଶମ ମାର୍କ ପାଖାପାଖି ରହିବ ଯୁକ୍ତ ଦୁଇ ମାର୍କ’

Get real time updates directly on you device, subscribe now.

ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଯୁକ୍ତ ଦୁଇ ପରୀକ୍ଷା ବିକଳ୍ପ ମୂଲ୍ୟାୟନ ଚୂଡାନ୍ତ ହେବା ପରେ ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କହିଛନ୍ତି, ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯିବ ସେଥିରେ ଛାତ୍ରଛାତ୍ରୀମାନେ ଅଧିକ ମାର୍କ ପାଇବେ । ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ ।

ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣି ପାସହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ । ସେହିପରି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ୩୦ ରୁ ୪୦ ପ୍ରତିଶତ ମଧ୍ୟରେ ରହୁଥିବାବେଳେ ଏଥର ଅଧିକ ହେବ । ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମି ଯାଇଥାଏ। ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିବ। ଗତବର୍ଷ ଗୁଡ଼ିକରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ହାର ୩୦ରୁ ୪୦ ପ୍ରତିଶତ ମଧ୍ୟରେ ରହୁ ଥିବାବେଳେ ଏଥର ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି।

ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଆହୁରି କହିଛନ୍ତି, ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରି ପେପର୍ ମୂଲ୍ୟାୟନ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ ହେବ। ସେମାନେ ପୂର୍ବ ଯୁକ୍ତ୨ ପରୀକ୍ଷାରେ ପାଇଥିବା ମାର୍କ ଆଧାରରେ ସେମାନଙ୍କ ମୂଲ୍ୟାୟନ କରାଯିବ। ମହାମାରୀ କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏନେଇ ଗତ ୪ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟ୍ରିକ ପରୀକ୍ଷା ଫଳ ଆଧାରରେ ଯୁକ୍ତ ଦୁଇ ମାର୍କ ଦିଆଯିବ ନେଇ ମୂଲ୍ୟାୟନ ପଦ୍ଧତି ସ୍ଥିର କରିଛି ବିଶେଷଜ୍ଞ କମିଟି । । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳାଫଳ ବାହାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.