THE BYAPINI

ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ..ଆସିଲା ଏସ୍ଓପି

Get real time updates directly on you device, subscribe now.

ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । କାଳ ୯ରୁ ୧୨ ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ତେବେ ଗଣଶିକ୍ଷା ମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଏବେ ଆସିଛି ଏସଓପି । ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପରେ ମଧ୍ୟ ଅନଲାଇନରେ କ୍ଲାସ୍ ଜାରି ରହିବ । ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେନି, ସେମାନେ ଅନଲାଇନ୍ ସାହାର୍ୟ୍ୟରେ ମଧ୍ୟ ପାଠପଢା ଜାରି ରଖିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡିକ ଖୋଲିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତା ସହିତ ସ୍କଲୁକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ତତ୍ ସହିତ ସ୍କୁଲରେ ହ୍ୟାଣ୍ଡୱାଶ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ଗୋଟିଏ କ୍ଲାସରେ କେବଳ ୨୦ରୁ ୨୫ ଜଣ ପିଲା ବସିପାରିବେ । ଏହାଠାରୁ ଅଧିକ ପିଲାଙ୍କୁ ଗୋଟିଏ କ୍ଲାସରେ ବସାଇବାକୁ ଅନୁମତି ମିଳିବ ନାହିଁ । ସରକାର ଯେଉଁ ଅନୁସାରେ ସମୟ ଧାର୍ୟ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲାରହିବ । ସ୍କୁଲ ମଧ୍ୟରେ ପିଲାମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରଖି ବସିବେ । ଯଦି ସମ୍ଭବ ହୁଏ ତେବେ ଗୋଟିଏ ବେଞ୍ଚରେ ମଧ୍ୟ ଗୋଟିଏ ପିଲା ବସିବାକୁ ବ୍ୟବସ୍ଥା କରିବାକୁ ଏସଓପିରେ କୁହାଯାଇଛି । ଖାଲି ସେତିକି ନୁହେଁ, ବିଦ୍ୟାଳୟର ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କୁହାଯାଇଛି , ତା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.