THE BYAPINI

ପୋଲ୍ ଖୋଲିବ ପ୍ରଦୀପଙ୍କର !

Get real time updates directly on you device, subscribe now.

ଲୋକଙ୍କୁ ଠକି, ମିଛ ଚାକିରୀର ଲୋଭ ଦେଖାଇ, ଠକ ଆକଶା ପାଠକଙ୍କୁ ସାହାଯ୍ୟ ସହଯୋଗ କରି ଜେଲ୍ ଯାଇଥିବା ପ୍ରଦୀପ ପାଣିଗ୍ରାହୀ ଅଧ୍ୟାୟର ଆଉ ଏକ ଫର୍ଦ୍ଦ ଖୁଶୀଘ୍ର ଖୋଲିବାକୁ ଯାଉଛି । ପ୍ରଦୀଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କୁ ପୁଲିସ ଗିରଫ କରି ଜେରା ଚଳାଇଥିବା ସୁଚନା ମିଳିଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଉଭୟ ପ୍ରଦୀପ ଓ ସର୍ବେଶ୍ୱରଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯାଉଛି । ସର୍ବେଶ୍ୱର ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଜରିଆରେ ନୀରିହ ଯୁବକ ଯୁବତୀଙ୍କୁ ମୋହରା ବନାଯାଇଥିଲା । ଯେଉଁ ଷଡଯନ୍ତ୍ର ନକ୍ସା ପ୍ରଦୀପ ପାଣିଗ୍ରାହୀ ଆଉ ଆକାଶ ପାଠକ ରଚିଥିଲେ, ତାର ଏକ ବଡ ମୋହରା ଥିଲେ ସର୍ବେଶ୍ୱର ରାଓ ।

କ୍ରାଇମବ୍ରାଂଚ ଯେତେବେଳେ ଠକ ଆକାଶ ପାଠକର ପିଏ ଭାବେ କାର୍ଯ୍ୟ କରିଥିବା ଡେଭିଡ୍ ପିଟରକୁ ନେଇ ପଚରା ଉଚୁରା କରିଥିଲା, ସେତେବେଳେ ସର୍ବେଶ୍ୱର ରାଓଙ୍କ ନାଁ ସାମ୍ନାକୁ ଆସିଥିଲା । ଟାଟାରେ ନିଯୁକ୍ତି ନେଇ ଯେଉଁ ବିଜ୍ଞାପନ ଦିଆଯାଇଥିଲା, ଆଉ ଏହାପରେ ଯୁବକ ଯୁବତୀଙ୍କ ବାୟୋଡାଟା ସଗ୍ରହ କରି ଯେଉଁ ଆବେଦନ କରାଯାଇଥିଲା ସେଥିରେ ସର୍ବେଶ୍ୱରଙ୍କ ହାତ ରହିଥିବା ବୟାନ ଦେଇଥିଲେ ଡେଭିଡ ପିଟର । ଅର୍ଥାତ୍ ପ୍ରଦୀପ-ଆକାଶଙ୍କ ପ୍ଲାନକୁ ଗୋପାଳପୁରରେ ଆଗକୁ ବଢାଇଥିଲେ ସର୍ବେଶ୍ୱର ।

ପୂର୍ବରୁ ଉଭୟ ଆକାଶ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଏକାଠି ପଚରାଉଚୁରା କରାଯାଇଥିଲା । ଯାହା ଫଳରେ ଅନେକ ଗୁଡିଏ ତଥ୍ୟ ସାମ୍ନାକୁ ଅସିଥିଲା । ଏବେ ପ୍ରଦୀପ- ସର୍ବେଶ୍ୱର ଜେରାରୁ ଆଉ ଠକେଇ ଏବଂ ଜାଲିଆତିର ଅଉ କେଉଁ ଦିଗ ସବୁ ସାମ୍ନାକୁ ଆସୁଛି, ଏବଂ କ୍ରାଇମବ୍ରାଂଚ କଣ ତଥ୍ୟ ଗଣମାଧ୍ୟମକୁ ଦେଉଛି ତାହା ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.

Leave A Reply

Your email address will not be published.