THE BYAPINI

ନବୀନଙ୍କୁ ଅନୁକରଣ କରିବେ କି ମୋଦି?

Get real time updates directly on you device, subscribe now.

କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଲେ ସର୍ବଦଳୀୟ ବୈଠକ । ଆସନ୍ତା ୧୭ ତାରିଖରେ ସବୁ ଦଳର ବିଧାୟକମାନଙ୍କ ସହ ଆଲୋଚନା କରିବେ ନବୀନ । ଆଗକୁ କିଭଳି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମନା କରିହେବ ସେ ନେଇ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ପରାମର୍ଶ ନେବେ । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ନବୀନ ଡାକିଲେ ସର୍ବଦଳୀୟ ବୈଠକ ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏଯାଏ ସର୍ବଦଳୀୟ ବୈଠକ ଡାକିନାହାନ୍ତି । ଦେଶରେ ମଧ୍ୟ ସଂକ୍ରମଣ ସ୍ଥିତି ସାଂଘାତିକ ରହିଛି । ଏହି ସମୟରେ ମୋଦିଙ୍କର ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିବାର ଜରୁରୀ ନୁହେଁ କି? କିଭଳି ମିଳିମିଶି କୋଭିଡ ମୁକାବିଲା କରିହେବ ଏହି ସଂକଟରୁ ଦେଶ ପାର ହେବ ସେ ନେଇ ଚିନ୍ତା କରିବା ସମସ୍ତେ ଜରୁରୀ । ହେଲେ ଏହି ମହାମାରୀ ମହାସଂକଟ ସମୟରେ ଏକଜୁଟ ହେବା ବଦଳରେ କେନ୍ଦ୍ର ସରକାର ଓ ବିରୋଧୀ ନେତାଙ୍କ ମଧ୍ୟରେ କଥାକଟାକଟି ଆରୋପ ପ୍ରତ୍ୟାରୋପ ଚାଲିଛି ।

ଆସନ୍ତା ୧୭ ତାରିଖରେ କୋଭିଡ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ । ସରକାର ସଂକ୍ରମଣ ନେଇ କଣ ପ୍ରସ୍ତୁତ କରିଛନ୍ତି , ଏବଂ କିଭଳି ରାଜନୀତି ଛାଡି କାନ୍ଧରେ କାନ୍ଧ ମିଶାଇ ସମସ୍ତେ ଏହି ସଂକଟ ସମୟରେ କାମ କରିବା ସେ ନେଇ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିବେ ନବୀନ । ସବୁ ଦଳର ନେତାଙ୍କ ପରାମର୍ଶ ମଧ୍ୟ ନେବେ । ତେବେ କେବେଳ ଓଡିଶାରେ ନୁହେଁ ଦେଶର ଏହି ସଂକଟ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳ ନେତାଙ୍କ ସହ ଆଲୋଚନା କରିବା ଜରୁରୀ । ସମସ୍ତଙ୍କ ମିଳିତ ଉଦ୍ୟମରେ ହିଁ ମହସଂକଟରୁ ପାର ହେବା ସହଜ ହେବ । ହେଲେ ମୋଦି ବିରୋଧୀଙ୍କ ସହ କଥାବାର୍ତା ବଦଳରେ ଓଲଟା ଅନ୍ୟ ଦଳର ନେତା ଚିଠି ଲେଖି ତାଙ୍କୁ କିଛି ପରାମର୍ଶ ଦେଲେ ତାଙ୍କ ଦଳର ନେତା କାଉଂଟର କରିବାକୁ ପଛଉ ନାହାନ୍ତି । ଯେମିତିକି ଏପ୍ରିଏ ୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ । ଟିକାକରଣକୁ ଜୋରଦାର କରିବା ସହ ଅନ୍ୟ କମ୍ପାନୀର ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ହେଲେ ମନମୋହନଙ୍କୁ କାଉଂଟର କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଥିଲେ,ଆପଣଙ୍କ ଦଳର ନେତାଙ୍କୁ ଏହି ପରାମର୍ଶ ଦେବା ଦରକାର । ସେହିପରି ନିକଟରେ ସୋନିଆ ଗାନ୍ଧୀ ମଧ୍ୟ ମହାମାରୀ ସମୟରେ ଟିକାର ଅଭାବ ଉପରେ ବିଚାର କରିବା ସହ ଓ ଆର୍ଥିକ ଦୁର୍ବଳ ଲୋକଙ୍କୁ ୬ ହଜାର ଟଙ୍କାର ସହାୟତା ଦିଆଯିବ ଉଚିତ ବୋଲି ମୋଦିଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସୋନିଆଙ୍କ ଚିଠି ପରେ ସଂଗେ ସଂଗେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାଉଂଟର ଆଟାକ କରିବା ସହ କଂଗ୍ରେସ ଲୋକ ମାନେ ଲୋକଙ୍କୁ ଭ୍ରମିତ କରୁଥିବା ଓ ମିଛ ଭୟ ସୃଷ୍ଟି କରୁଥିବା କହିଥିଲେ । ବର୍ତମାନ ସମୟରେ ରାଜନୀତି ଛାଡି ପରସ୍ପର ମିଶି କିଭଳି କୋଭିଡ ମୁକାବିଲା କରିବା ଏବଂ କରୋନା ଚେନକୁ ବ୍ରେକ କରିବା ସେ କଥା ଚିନ୍ତା କରିବା ଦରକାର ।

ତେବେ ନବୀନଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରିଯିବା ସହିତ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୋଦି ମଧ୍ୟ ନବୀନଙ୍କ ପରି ସବୁ ଦଳର ନେତାଙ୍କ ସହ ଆଲୋଚନା କରି ସମସ୍ତଙ୍କ ପରାମର୍ଶ ନେବା ଦରକାର । କାରଣ ବର୍ତମାନ ସମୟ ରାଜନୀତି କରିବାର ନୁହେଁ କିଭଳି ମହାମାରୀ ମହାବିପଦରୁ ପାର ହେବା । ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ଜୀବନ ବଂଚାଇବା ଓ ଦେଶକୁ ସଂକ୍ରମଣରୁ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ ।

Get real time updates directly on you device, subscribe now.

Leave A Reply

Your email address will not be published.