କରୋନା ନେଇ ସତର୍କ କଲେ ନବୀନ
ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଯେପରି ପୁଣି ପୂର୍ବପରି ସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ସ।।ଢ ୩ ମିନିଟିର ଭିଡିଓ ବାର୍ତା ଜାରି କରିଛନ୍ତି । ଏଥିରେ ସେ ରାଜ୍ୟବାସୀଙ୍କୁ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ କହିଛନ୍ତି ।
କରୋନା ସର୍ତକତା ନେଇ ରାଜ୍ୟବାସୀଙ୍କ ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଓଡିଶା କରୋନା ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଏ ଦିଗରେ ଓଡିଶାର ପଦକ୍ଷେପକୁ ଡବ୍ଲୁଏଚଓ ପ୍ରଶଂସା କରିଛନ୍ତି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଶହେ ତଳେ ରହୁଛି । ଜିରୋ ଇନଫେକ୍ସନ ଆମର ଲକ୍ଷ୍ୟ ରହିଥିବା ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ ନୁହେଁ । । କାରଣ ବିପଦ ଏବେ ବି ଟଳିନି । ମହାରାଷ୍ଟ୍ର,ପଂଜାବ, ଛତିଶଗଡ,ମଧ୍ୟପ୍ରଦେଶରେ କରୋନା ସ୍ଥିତି ବିିଗିଡିବାରେ ଲାଗିଛି । ମହାରାଷ୍ଟ୍ରର କିଛି ସ୍ଥାନରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଜାରି ହୋଇଛି ଲକଡାଉନ ସମୟରେ କଷ୍ଟ ଆମ ସ୍ମୃତିରେ ଏବେ ବି ରହିଛି । ଅର୍ଥନିତୀ, ସାମାଜିକ ଜୀବନ, ପିଲାଙ୍କ ପାଠପଢା ପ୍ରଭାବିତ ହୋଇଛି ।ସମସ୍ତଙ୍କ ତ୍ୟାଗ ଓ ସହଯୋଗ ପାଇଁ ସ୍ୱାଭାବିକ ଅବସ୍ଥା ଫେରିଛି ।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ଆମେ କେହି ଆଉ ଲକଡାଉନକୁ ଫେରିବାକୁ ଚାହୁଁନାହୁଁ । । ଆମେ ଯଦି ସତର୍କ ରହିବା ଲକଡାଉନ ଭଳି ସ୍ଥିତି ଉପୁଜିବନାହିଁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।କୋଭିଡ ନିୟମକୁ କଡାକଡି ଭାବେ ପାଳନ କଲେ କରୋନାଠୁ ଦୂରେଇ ରହିବା । ସେହିପରି ରାଜ୍ୟରେ କରୋନା ଟିକାକରଣ ସ୍ୱାଭାବିକ ଚାଲିଛି । କୋଭିଡ ନିୟମ ମାନିବା କରୋନା ଯୋଦ୍ଧା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳୀ ବୋଲି କହିଛନ୍ତି ନବୀନ ।