କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ଓମିକ୍ରନ୍ ଓ କରୋନା ସଂକ୍ରମଣ ନେଇ କରିବେ ସମୀକ୍ଷା । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ମାତ୍ର ୫ ଦିନ ଭିତରେ ସଂକ୍ରମଣ ହାର ଦୁଇ ଗୁଣ ବଢ଼ିଯାଇଛି । ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୩୬% ଥିବା ବେଳେ ଡିସେମ୍ବର ୩ରେ ବୃଦ୍ଧି ପାଇ ୦.୭୭%ରେ ପହଞ୍ଚିଛି।
୨୫ଟି ଜିଲ୍ଲାକୁ ଛୁଇଁସାରିଲାଣି କରୋନା । ୧୧ଟି ଜିଲ୍ଲାରେ ପଶିସାରିଲେଣି ଓମିକ୍ରନ୍ ଭୂତାଣୁ । ଖୋର୍ଦ୍ଧା ଜିଲ୍ଲା ସ୍ଥିତି ସବୁଠାରୁ ଖରାପ । ଏହି ସ୍ଥିତି ଜାରି ରହିଲେ ଓଡ଼ିଶାରେ କୋଭିଡ୍ ଖୁବ୍ ଶୀଘ୍ର ଅଣାୟତ୍ତ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ଚିନ୍ତାଜନକ କଥାଟି ହେଲା; ପଡ଼ୋଶୀ ପଶ୍ଚିମବଙ୍ଗକୁ କରୋନା ଗଭୀର ପ୍ରଭାବିତ କରୁଛି, ଯେଉଁଥିପାଇଁ ସେମାନେ କଟକଣା ଭିତରକୁ ଚାଲିଗଲେଣି । ଓଡ଼ିଶା-କୋଲକାତା ମଧ୍ୟରେ ହଜାର ହଜାର ଲୋକ ନୀତିଦିନ ଯାତାୟତ କରୁଥିବା ପରିପ୍ରେକ୍ଷୀରେ ଏଥର ରାଜ୍ୟ ଶୀଘ୍ର ସଂକ୍ରମିତ ହେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ ।