THE BYAPINI

ନକଲି ଔଷଧ କାରବାରର ହେବ କ୍ରାଇମବ୍ରାଂଚ ତଦନ୍ତ

Get real time updates directly on you device, subscribe now.

ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଂଚ । କଟକରୁ ବିପୁଳ ନକଲି ଔଷଧ ଠାବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା । କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଥିଲା ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। କଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟବିଭାଗ ଔଷଧ ନିଗମ ଓ ପୁଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ କରାଯିବ । କନିକା ଛକ ମେଡିକାଲ ଷ୍ଟୋରରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିପିରାଭିର ଔଷଧର ନକଲି ଟାବଲେଟ ବିକ୍ରି ହେଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଚଢାଉ କରିଥିଲା ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ସେହି ମେଡିସିନ ଷ୍ଟୋରରୁ ୧୭୦ ପେଟି ଫାଭିପିରାଭିର ଜବତ ହୋଇଥିଲା। ସେଥିରେ ୧୭ହଜାର ଟାବଲେଟ ଥିବା ଜଣାପଡିଛି । ଜବତ ଔଷଧକୁ ଟେଷ୍ଟିଂ ପାଇଁ ପଠାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.