ସିଏମସିର ନୂଆ ଗାଇଡଲାଇନ
ରାଜ୍ୟର ସଂକ୍ରମଣ ବୃଦ୍ଧି ନେଇ ପୁଣି ଫେରିଛି ପୁରୁଣା କଟକଣା । ନାଇଟକର୍ଫ୍ୟୁ, କଂଟେନମେଂଟ ଜୋନ ଆରମ୍ଭ ହୋଇଯାଇଛି । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ ସିଏମସିର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି।
ସିଏମସିର ନୂଆ ଗାଇଡଲାଇନ ଅନୁଯାୟୀ, ଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଉପସ୍ଥିତ ରହିପାରିବେ। ୧୦୦ରୁ ଅଧିକ ଲୋକ ଉପସ୍ଥିତି ପାଇଁ ସିଏମସିର ଅନୁମତି ମିଳିବ ନାହିଁ। ଶୁଦ୍ଧି କାର୍ୟ୍ୟ ଲାଗି କେବଳ ୫୦ ଜଣଙ୍କୁ ମିଳିବ ଅନୁମତି। କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନରେ ରୋକ୍ ଲଗାଯାଇଛି। କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ସେହିପରି ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଛି ସିଏମସି।ଆସନ୍ତା ୬ ତାରିଖରୁ ଏହା ଲାଗୁ ହେବ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମଣ ସ୍ଥିତି ଆଗକୁ ଯେପରି ଭୟଙ୍କର ନହୁଏ ସେଥିପାଇଁ ପଦକ୍ଷେପ ନିଆଯାଉଛି ।