THE BYAPINI

ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ

Get real time updates directly on you device, subscribe now.

ସାରା ରାଜ୍ୟରେ ଏବେ ଶୀତର ୧୪୪, ଥଣ୍ଡାର ଥାର୍ଡ ଡିଗ୍ରୀ। ପ୍ରବଳ ଶୀତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ସକାଳେ ଶୀତର ଲହରୀ ଅଧିକ ମାତ୍ରାରେ ଅନୁଭୂତ ହେଉଥିବା ବେଳେ ରାତି ହେବା କ୍ଷଣି ଜାଡରେ ଜର୍ଜରିତ ଓଡିଶା। ହାତ ପାଟି କାଲୁଆ ହୋଇ ଯାଉଛି।

ତେବେ ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ । କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ୩.୫ ଡିଗ୍ରୀ, ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝର- କୋରପୁଟରେ ୯ ଡିଗ୍ରୀ, ଝାରସୁଗୁଡ଼ା- ଭବାନୀପାଟଣାରେ ୯ .୨ ଡିଗ୍ରୀ, ବଲାଙ୍ଗୀରରେ ୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ । ଭୁବନେଶ୍ୱରରେ ୧୩. ୩, କଟକରେ ୧୨ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ଶୀତ ଲହରି ପ୍ରବାହ ଯୋଗୁଁ ଅତ୍ୟଧିକ ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା ୨ରୁ ୩ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକସଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରହିବ।

Get real time updates directly on you device, subscribe now.

Leave A Reply

Your email address will not be published.