THE BYAPINI

ଥଣ୍ଡାରେ ଥରିବ ପଶ୍ଚିମ ଓଡିଶାର ୫ ଜିଲ୍ଲା

Get real time updates directly on you device, subscribe now.

ଥଣ୍ଡାରେ ଥରିବ ପଶ୍ଚିମ ଓଡିଶା । ପ୍ରବଳ ଜାଡ଼ରେ ଥରିବ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା । ଅନୁଗୁଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ । ସର୍ବନିମ୍ନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ଖସିବ । ପ୍ରବଳ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.