THE BYAPINI

ପୁଣି ବଢିଲା ରନ୍ଧନ ଗ୍ୟାସ ଦର

Get real time updates directly on you device, subscribe now.

ପୁଣି ମହଙ୍ଗା ମାଡ, ବଢିଲା ଏଲପିଜି ଦର । ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏଲପିଜି ଉପରେ ହୋଇଛି । ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ ।
କମର୍ସିଆଲ ଏଲପିଜି ଦରରେ ବୃଦ୍ଧି ହେବା ପରେ ଦିଲ୍ଲୀରେ ଏହାର ଦର ସିଲିଣ୍ଡର ପିଛା ୨୩୩୫ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦର ହୋଇଛି ୨୪୫୫ଟଙ୍କା । ମୁମ୍ବାଇରେ ଏହାର ଦର ୨୩୦୭ ଟଙ୍କାରେ ପହଞ୍ଚିଥିବାବେଳେ ଚେନ୍ନାଇରେ ଏହାର ୨୫୦୮ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.

Leave A Reply

Your email address will not be published.