THE BYAPINI

ରାତି ତମାମ ପଇଁତରା ମାରିବ ପିସିଆର

Get real time updates directly on you device, subscribe now.

ଆଜିଠୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଟ୍ୱିନସିଟିରେ କର୍ଫ୍ୟୁ ସମୟରେ ପଇଁତରା ମାରିବ ପିସିଆର ଭ୍ୟାନ । ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାଇଦେଇଛନ୍ତି ସିପି । କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଲୋକେ କର୍ଫ୍ୟୁକୁ ମାନିିବା ଉଚିତ। ୧୪୪ ଧାରା ଲାଗୁ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କର୍ଫ୍ୟୁ ସମୟରେ ଲୋକଙ୍କର ଯାତାୟତ ଉପରେ ‌ପୁଲିସର ନଜର ରହିବ। ଜରୁରୀ ସେବା ପ୍ରଦାନକାରୀଙ୍କ ପାଇଁ କଟକଣା କୋହଳ ରହିବ। କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ।

୬୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ କର୍ଫ୍ୟୁ ସମୟରେ ଡ୍ୟୁଟି କରିବେ। ଭୁବନେଶ୍ବରରେ ୨୫ଟି କଟକଣା ପଏଣ୍ଟ ଚିହ୍ନଟ କରାଯାଇଛି। କର୍ଫ୍ୟୁ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ଦେଖାଇବାକୁ ପଡିବନି । କର୍ଫ୍ୟୁ ସମୟରେ କମିସନରେଟ୍ ପୁଲିସର ୩୫ଟି ପାଟ୍ରୋଲିଂ ଗାଡି, ୧୫ ସୁପରଭାଇଜିଂ ଟିମ୍ ରାତି ତମାମ ଚକ୍କର କାଟିବ ବୋଲି ପୁଲିସ କମିସନର କହିଛନ୍ତି ।
ନାଇଟ୍ କର୍ଫ୍ୟୁ ଶନିବାରଠାରୁ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ବଳବତ୍ତର ରହିବ । ଏଥିପାଇଁ ପୋଲିସ ସଂଧ୍ୟା ୭ଟାରୁ ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ କରିବ । କଟକ ସହରର ବିଭିନ୍ନ ସ୍ଥାନରେ ୨୩ଟି ଚେକ୍ ପୋଷ୍ଟ କରାଯାଇଛି । ସହରରେ ଶନିବାର ଓ ରବିବାର ରାତିରେ କର୍ଫ୍ୟୁ କଟକଣା ଲାଗୁ କରିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.