THE BYAPINI

ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ, ରାସ୍ତାରୁ ମିଳିଲା ମଟରସାଇକେଲ ଓ ଚପଲ

Get real time updates directly on you device, subscribe now.

ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ଗାଏବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଏପରି ଘଟଣା ଦେଖିବାକୁ ମିଳିଛି। ନିଖୋଜ ପ୍ରାର୍ଥୀଜଣକ ହେଲେ ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ସୁବ୍ରତ ପୁସିଂ କାର୍ଡ ଛପାଇବାକୁ ପାଖରେ ଥିବା ନିମବାହାଳି ବଜାରକୁ ଯାଇଥିଲେ । ରାସ୍ତାରେ ତାଙ୍କର ଚପଲ ଏବଂ ମଟରସାଇକେଲ ପଡିଛି । ଅଥଚ ପ୍ରାର୍ଥୀଙ୍କର ପତା ମିଳୁ ନାହିଁ । ଦୀର୍ଘ ୨୪ ଘଣ୍ଟା ଧରି ସୁବ୍ରତ ଘରକୁ ନଫେରିବାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ପରିବାର ଲୋକ । ହେଲେ ନପାଇବାରୁ ଶେଷରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅତିରିକ୍ତ ଏସପି କଂଟାବଣିଆ ଥାନାରେ ପହଁଚି ତନାଘନା କରିଛନ୍ତି ।
ରାଜନୈତିକ ଶତ୍ରୁତାରୁ କେହି ତାଙ୍କୁ ଅପହରଣ କରି ନେଇଥିବା ପୋଲିସ ସନ୍ଦେହ କରୁଛି । ସୁବ୍ରତ ବିଜେଡି ସମର୍ଥିତ ପ୍ରାର୍ଥୀ ଥିବାରୁ ସ୍ଥାନୀୟ ବିଧାୟିକା ମଧ୍ୟ କଣ୍ଟାବଣିଆ ଥାନାକୁ ଯାଇ ପଚରାଉଚୁରା କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.