THE BYAPINI

ଦିଲ୍ଲୀ ରାସ୍ତା ଆପଣାଇବ କି ଓଡିଶା?

Get real time updates directly on you device, subscribe now.

ଦିଲ୍ଲୀରେ ଲାଗୁ ହେଲା ଲକଡାଉନ । ପୁରା ଦେଶରେ ଲାଗୁ ହେବ କି ଲକଡାଉନ ? ପୁଣି ଫେରିବ କି ପୂର୍ବ ସ୍ଥିତି ? ଦେଶରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି । ପ୍ରଥମ ଲହରଠୁ ଦ୍ୱିତୀୟ ଲହର ଆହୁରି ସାଂଘାତିକ ହୋଇପଡିଛି । ସ୍ଥିିତି ଅସମ୍ଭାଳ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀରେ କର୍ଫ୍ୟୁ ଘୋଷଣା ହୋଇଛି । ଆଜି ରାତିରୁ ଆସନ୍ତା ୨୬ ତାରିଖ ଯାଏ ଦିଲ୍ଲୀରେ ଲକଡାଉନ୍ କଟକଣା ବଳବତ୍ତର ରହିବ ।

ଦିଲ୍ଲୀରେ ବିଗୁଡ଼ୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ଼ ନିଷ୍ପତି ନେଇଛନ୍ତି । ଉପରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବୈଠକ ପରେ ୭ ଦିନିଆ ଲକଡାଉନ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ଟା ଯାଏ ଲକଡାଉନ୍ ଲାଗୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଘୋଷଣା କରିଛନ୍ତି ।

ଲକଡାଉନ ବେଳେ କେହି ବି ଘରୁ ବାହାରିପାରିବେ ନାହିଁ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ସେହିପରି ବାହାଘର ପାଇଁ ସ୍ୱତନ୍ତ୍ର ପାସ୍‌ ମଧ୍ୟ ମିଳିବ। ବାହାଘର କାର୍ୟ୍ୟକ୍ରମରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକଡାଉନ ବେଳେ ଜରୁରୀ ସେବା ସହ ଖାଦ୍ୟ ଓ ମେଡିକାଲ ସେବା ମଧ୍ୟ ଜାରି ରହିବ।

ସେହିପରି ଓଡିଶାରେ ମଧ୍ୟ ସ୍ଥିତି ଖରାପ ହୋଇସାରିଛି । ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସୀମାନ୍ତବର୍ତୀ ୧୦ ଜିଲ୍ଲୀରେ ସପ୍ତାହନ୍ତ ସଟଡାଉନ ପରେ ବି ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଦିଲ୍ଲୀ ରାସ୍ତାକୁ ଆପଣାଇବ କି ଓଡିଶା? ରାଜ୍ୟରେ ଲାଗୁ ହେବ ଲକଡାଉନ ? ସ୍ଥିତି ଯେପରି ହେଲାଣି ହୁଏତ ଆଗକୁ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.