THE BYAPINI

ବିଦା ହେଲେ ଦୁର୍ନୀତିଗ୍ରସ୍ତ

Get real time updates directly on you device, subscribe now.

ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ୪ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ଏହି ଅସାଧୁ ଅଧିକାରୀମାନଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ଦାଏର କରାଯାଇଥିଲା ଏବଂ ଏଥିରେ ସେମାନେ ଦୋଷୀ ପ୍ରମାଣିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଓ ଅପାରଗତା ବିରୋଧରେ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି।

୬ ଅଧିକାରୀ ହେଲେ କେନ୍ଦୁଝର ଆରଡବ୍ଲୁଡିର ଡେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତା, କଟକ ଜଌଈ ଡିଭିଜନର କ୍ବାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦଳାଇ, ମୟୁରଭଞ୍ଜ କରଞ୍ଜିଆର ରୁରାଲ ଓ୍ବାର୍କସ, ସେକ୍ସନ-ଓର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ପରିଡା, ଭୁବନେଶ୍ବର ଜଌଈ ଡିଭିଜନ-ଓଓର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ବର ସେଠୀ, ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ୟ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡର ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ୍ ।

ଅଜିତ କୁମାର ଦେବତାଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । ଜିତେନ୍ଦ୍ର କୁମାର ଦଳାଇଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ସେହିପରି ବିଜୟ ପରିଡା ତିନୋଟି ଭିଜିଲାନ୍ସ ମାମଲା ରହିଛି ।ଭୁବନେଶ୍ବର ଜଌଈ ଡିଭିଜନ-ଓଓର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ବର ସେଠୀଙ୍କ ବିରୁଦ୍ଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ନେଇ କାର୍ୟ୍ୟାନୁଷ୍ଠାନ ହୋଇଥିଲା । ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ୟ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ ଜୟଦୀପ ପଟ୍ଟନାୟକଙ୍କ ବିରୋଧରେ ଦାୟିତ୍ବରେ ଅବହେଳା ଅଭିଯୋଗ ରହିଛି । ସୁନ୍ଦରଗଡର ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ୍ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.