THE BYAPINI

ଭୁବନେଶ୍ୱର ପାଇଁ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ କଲା କଂଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ୟ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧିବଦ୍ଧ ଭାବେ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।
ମଧୁସ୍ମିତା ଆଚାର୍ୟ୍ୟ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ ।
ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ଚାଲିବ । ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ୨୪ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ ୨୬ ମାର୍ଚ୍ଚରେ ଭୋଟ ଗଣତି ହେବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ପଡିବ ଭୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.