THE BYAPINI

ବିଜେଡି-ବିଜେପି: ସଂପର୍କ କ’ଣ?

Get real time updates directly on you device, subscribe now.

ବିଜେଡି ବିଜେପି ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ୱ । ବିଜେଡି ବିଜେପି ଭାଇ ଭଉଣୀ । ଏଭଳି ଆକ୍ଷେପ କରିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ପରୀ ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ସାମ୍ବାଦିକ ସମ୍ମଳନୀ କରି ଚେଲ୍ଲାକୁମାର କହିଛନ୍ତି ଯେ, ବିଜେଡି, ବିଜେପି ଭିତରେ ଭିତିରି ସଂପର୍କ ରହିଛି । ବିଜେପି ଦୋଷୀକୁ ଘଂଟ ଘୋଡାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଉଭୟ ବିଜେପି ଓ ବିଜେଡି ଭିତରେ ମଧୁର ସଂପର୍କ ରହିଛି ଏବଂ ସେମାନେ ରାଜ୍ୟର ସଂପଦକୁ ଲୁଟୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଚେଲ୍ଲା କୁମାର ।

ପରୀ ପ୍ରସଙ୍ଗ ପ୍ରଥମେ ବିଧାନସଭାରେ କଂଗ୍ରେଂସ ଉଠାଇଥିଲା । କଂଗ୍ରେସ ଦାବି ପରେ ରାଜ୍ୟ ସରକାର ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ ଘୋଷଣା କରିଥିଲେ । ହେଲେ ବିଜେପି ରାଜ୍ୟ ସରକାରଙ୍କ ସରକ୍ଷା କବଚ ସାଜିଛି । ପରୀ ପ୍ରସଙ୍ଗରେ ବିଜେପି ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଇତିଶ୍ରୀ ହତ୍ୟାକାଣ୍ଡ ଠାରୁ ଚିଟଫଣ୍ଡ ପ୍ରସଙ୍ଗରେ କଣ ଫଳାଫଳ ବାହାରିଛି ବୋଲି ପ୍ରଶ୍ନ କରିଛନ୍ତି । ପରୀ ପ୍ରସଙ୍ଗରେ କଂଗ୍ରେସ ନିରବ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ି ।
ସେପଟେ ଚେଲ୍ଲାକୁମାରଙ୍କ ଅଭିଯୋଗ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପାଲଟା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । କହିଛନ୍ତି, କାହାର କାହା ସହ ବୁଝାମଣା ହୋଇଛି, ସେ ବିଧାୟକ ସର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜାଙ୍କୁ ପଚାରନ୍ତୁ ।କୁନ୍ଦୁଲି ଘଟଣାରେ କାହିଁକି ଏସଆଇଟି ତଦନ୍ତକୁ ସିଏଲପି ଲିଡର ବିରାଧ କରୁଥିଲେ ବୋଲି ବିଜେପି ପ୍ରଶ୍ନ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.