THE BYAPINI

କଂଗ୍ରେସର ୬ ଘଣ୍ଟିଆ ହରତାଳ

Get real time updates directly on you device, subscribe now.

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସର ହରତାଳ । ଆଜି କଂଗ୍ରେସ ୬ ଘଣ୍ଟିଆ ହରତାଳ କରୁଛି । ସକାଳ ୬ରୁ ଦିନ ୧୨ଟା ଯାଏଁ ହରତାଳ କରିବ କଂଗ୍ରେସ । ଶାନ୍ତିପୂର୍ଣ୍ଣ ୬ ଘଂଟିଆ ଓଡ଼ିଶା ବନ୍ଦ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛି କଂଗ୍ରେସ ।ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ହରତାଳ କରୁଛି ।
ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ପାଇଁ, ୧୧ତାରିଖ ଯାଏଁ କଂଟ ଦେଇଥିଲା କଂଗ୍ରେସ । ଦାବି ପୂରଣ ନହେବାରୁ ଦଳ ପକ୍ଷରୁ ହରତାଳ କରାଯାଉଛି । କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ତେବେ ବନ୍ଦ ନୁହେଁ ହରତାଳ କରିବାକୁ ହାଇକୋର୍ଟଙ୍କ ରାୟ ପରେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯିବା ନେଇ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୋରଜବରଦସ୍ତ ଦୋକାନବଜାର କାହାରିକୁ ବନ୍ଦ କରାଯାଇପାରିବ ନାହିଁ । କୌଣସି ଗାଡ଼ି ମୋଟରକୁ କେହି ଅଟକାଇପାରିବେ ନାହିଁ। ଏପରିକି ରେଳ ରୋକ, ରାସ୍ତାରୋକ କରି ସାଧାରଣ ଜନଜୀବନକୁ ବ୍ୟାହତ କରିପାରିବେନି। ଶାନ୍ତି ଶୃଙ୍ଖଳାର ସହ ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ବିଶୃଙ୍ଖଳା କିମ୍ବା ଆଇନକୁ ହାତକୁ ନେଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Get real time updates directly on you device, subscribe now.

Leave A Reply

Your email address will not be published.