THE BYAPINI

ନିଜ ଜାଲରେ ଫସିଗଲେ ମୋକିମ ?

Get real time updates directly on you device, subscribe now.

ପିସିସି ସଭାପତି ପଦ ପାଇଁ ଆଶା ବାନ୍ଧି ଜୋରଦାର ଲବି ଚଳାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମଦ ମୋକିମଙ୍କ ପାଇଁ ବାଟ ଏକ ପ୍ରକାର ବନ୍ଦ ହେଇଯାଇଛି । ଯୋଉ ସଂଖ୍ୟାଲଘୁ କାର୍ଡ ଖେଳି ମୋକିମ ସଭାପତି ପଦ ହାତେଇବେ ବୋଲି ଚେଷ୍ଟା କରିଥିଲେ ଏବେ ସେହି କାର୍ଡ ଖେଳି ତାଙ୍କୁ ଚେକମେଟ ଦେଇଛନ୍ତି ତାଙ୍କ ବିରୋଧୀ ।

ନିରଞ୍ଜନଙ୍କୁ ହଟାଇ ସଭାପତି ହେବା ପାଇଁ ଦିଲ୍ଲୀ ଦରବାରରେ ଚେଷ୍ଟା ଚଳେଇଥିଲେ ମୋକିମ । ଦଳୀୟ ସ୍ତରରେ ତାଙ୍କ ପାଇଁ ସେମିତି ସମର୍ଥନ ନଥିଲେ ମଧ୍ୟ କିଛି ହାତଗଣତି ନେତା ଓ କର୍ମୀଙ୍କୁ ଧରି ଲବି କରୁଥିଲେ । ଆଉ ଯାହାର ମୁଖ୍ୟ ଆୟୁଧ ଥିଲା ସଂଖ୍ୟାଲଘୁ କାର୍ଡ । କେନ୍ଦ୍ରୀୟ ନେତୃତ୍ୱରେ ଥିବା ସଂଖ୍ୟାଲଘୁ ନେତାଙ୍କ ସହଯୋଗରେ ହାଇକମାଣ୍ଡଙ୍କୁ ପ୍ରଭାବିତ କରିବାକୁ ଅପ୍ରାଣ ଉଦ୍ୟମ କରିଥିଲେ । ଏପଟେ କିନ୍ତୁ ମୋକିମଙ୍କୁ ବିରୋଧ କରିବାକୁ ଆରମ୍ଭ ହୋଇଯାଇଥିଲା ରୋଡ଼ମ୍ୟାପ ।

ଯଦି ନିରଞ୍ଜନ ସଭାପତି ପଦରୁ ହଟନ୍ତି, ତାଙ୍କ କ୍ୟାମ୍ପରୁ ଜଣଙ୍କୁ ଏହି ପଦବୀରେ ଅଭିଷିକ୍ତ କରିବାକୁ ଲାଗିପଡିଥିଲେ ନିରଂଜନଙ୍କ ଗୋଷ୍ଠୀ । ପ୍ଲାନ ମୁତାବକ ଦୀର୍ଘ ଦିନ ଧରି ଖାଲି ପଡିଥିବା ଛାତ୍ର କଂଗ୍ରେସ ବା ଏନଏସୟୁଆଇର ରାଜ୍ୟ ସଭାପତି ପଦ ପାଇଁ ଆଗକୁ ଆଣିଥିଲେ ସଂଖ୍ୟାଲଘୁ ଛାତ୍ରନେତା ୟାସିର ନବାଜଙ୍କୁ । ଏବେ କେନ୍ଦ୍ର ନେତୃତ୍ୱ ୟାସିରଙ୍କ ନାମରେ ମୋହର ମାରିବା ପରେ ପ୍ରଥମ ସଫଳତା ମିଳିଛି ମୋକିମ ବିରୋଧୀଙ୍କୁ ।

ରାଜ୍ୟ କଂଗ୍ରେସର ପ୍ରମୁଖ ଛାମୁଆ ସଂଗଠନର ଭାର ଜଣେ ସଂଖ୍ୟାଲଘୁ ଯୁବନେତାଙ୍କୁ ମିଳିବା ପରେ ପିସିସି ମୁଖ୍ୟ ପଦ ଆଉ ଜଣେ ସଂଖ୍ୟାଲଘୁଙ୍କୁ ମିଳିବା ସମ୍ଭାବନା କମ  ବୋଲି ଚର୍ଚ୍ଚା ହେଉଛି । ମୋକିମ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ୟାସିରଙ୍କୁ ସମ୍ବର୍ଦ୍ଧନା ଦେବା ବାହାନାରେ ଭୋଜିଭାତର ଆୟୋଜନ କରିଛନ୍ତି ଏହି ଗୋଷ୍ଠୀ । ବିଧାୟକ ତାରା ବାହିନିପତିଙ୍କ ସରକାରୀ ବାସଭବନରେ ଆୟୋଜିତ ଭୋଜିରେ ପିସିସି ସଭାପତି ପଦ ପାଇଁ ଅନ୍ୟତମ ଆଶାୟୀ ତାରା ବାହିନୀପତିଙ୍କ ସମେତ ବିଧାୟକ ରମେଶ ଜେନା, କଟକ ସଦର ସଭାପତି ମାନସ ଚୌଧୁରୀ, ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଯୁବନେତା ସଂଗ୍ରାମ ଜେନା ଓ ଅନେକ ଯୁବ ଓ ଛାତ୍ର ନେତାଙ୍କୁ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.