THE BYAPINI

କଂଗ୍ରେସର ତୈଳଦର ବୃଦ୍ଧି ପ୍ରତିବାଦ

Get real time updates directly on you device, subscribe now.

ମହାମାରୀ ସଂକଟ ଭିତରେ ତୈଳ ଦର ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଦର ଶତକ ଛୁଇଁଛି । ଡିଜେଲ ଦର ବି ଶତକ ପାଖାପାଖି ପହଚିଂଗଲାଣି । ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି କ୍ଷ ଖାଇବା ତେଲ ଦ୍ୱିଶତକରେ ପହଚିଂଗଲାଣି । କରୋନା ସମୟରେ ଲୋକେ ଆର୍ଥକ ସଂକଟ ଦେଇ ଗତି କରୁଥିବା ବେଳେ ତୈଳ ଦର ବୃଦ୍ଧି ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଏହାର ପ୍ରତିବାଦରେ ଆଜି ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସାରା ରାଜ୍ୟରେ ସକାଳ ୭ଟାରୁ ୧୧ଟା ପର୍ୟ୍ୟନ୍ତ ୪ଘଂଟା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଲ ଦର ନକମିଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ କଂଗ୍ରେସ ଚେତାବନୀ ଦେଇଛି । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ପମ୍ପ ସାମନାରେ କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । କରୋନା ମାଡ଼ରେ ଲୋକଙ୍କ ଜୀବନହାନୀ ହେଉଥିବା ବେଳେ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି କ୍ଷ ଏପରି ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ବଦଳରେ କେନ୍ଦ୍ର ସରକାର ବେଡି ଉପରେ କୋରଡ଼ା ମାଡ଼ କରି ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି ।

ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ବେଳେ ଦେଇଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା। ତୈଳ ଦର ୧୦୦ ଟଙ୍କା ପାର ହୋଇଗଲାଣି। ଏହା କେତେ ବାଧୁଛି, ତାହା କେବଳ ଗ୍ରାହକମାନେ ଜାଣିଛନ୍ତି ବୋଲି ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.