୭ରୁ ୧୭: କଂଗ୍ରେସ କରିବ ପ୍ରତିବାଦ
ଦେଶରେ ବଢୁଥିବା ତେଲ ଦରକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ପିସିସି ସଭାପତି କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ବର ବଢୁଥିବାବେଳେ ରାଜ୍ୟ ସରକାରଙ୍କ ମଧ୍ୟ ଦୟା ନାହିଁ । ଏହି ମହଙ୍ଗାମାଡର ଲୋକେ ସଠିକ୍ ଜବାବ ଦେବେ। ତୈଳଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସମାଗ୍ରୀ ଦର ମଧ୍ୟ ଢେର ବଢିଛି । ଯାହା ଫଳରେ ମଧ୍ୟବିତତ୍ତ ଶ୍ରେଣୀର ଲୋକମାନେ ବେଶ ପ୍ରଭାବିତ ହେଉଛନ୍ତି ।
ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୭ର ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଏବଂ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ପେଟ୍ରୋଲ ଓ ଡିଜେଲ ଦର ସେଂଚୁରୀ ମାରିଥିବା ବେଳେ ସାଧାରଣ ଜନତାଙ୍କ ପକେଟ ଉପରେ ଏହା ବଡ ପ୍ରଭାବ ପକାଉଛି ।୭ ତାରିଖରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରିବ କଂଗ୍ରେସ । ୯ ତାରିଖରେ ଜିଲା ସ୍ତରରେ ଏବଂ ଭୁବନେଶ୍ୱରରେ ୧୪ ତାରିଖରେ ପ୍ରତିବାଦ କରାଯିବ । ୧୫ ତାରିଖରେ ପେଟ୍ରୋଲ ନ କିଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବ କଂଗ୍ରେସ । ସେହିପରି ୧୭ ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରାଯିବ ।