ପ୍ରଶ୍ନ କଲା କଂଗ୍ରେସ..ଉତ୍ତର ଦେବେ କି ସରକାର?
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ‘ପାଠକ’ ଲିଙ୍କ ନେଇ ଏବେ ରାଜ୍ୟରେ ହଇଚଇ । ଏତିକିବେଳେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପାଠକ, ପାଣିଗ୍ରାହୀ ଲିଙ୍କ ନେଇ ପ୍ରଶ୍ନ କରିଛି ।ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ରାଜ୍ୟ ସରକାରଙ୍କୁ ଏହି ୮ଟି ପ୍ରଶ୍ନ କରିଛନ୍ତି ।
୧. ବାହାଘର କାର୍ଡ ନେଇ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆଇଏଫଏସ ଅଭୟ ପାଠକ ଯାଇଥିଲେ । କେଉଁ ଅଫିସର ତାଙ୍କୁ ନବୀନ ନିବାସ ନେଇକି ଯାଇଥିଲେ ?
୨.ଏତେ ଦିନ ଧରି ପାଠକଙ୍କୁ ନେଇ ଭିଜିଲାନ୍ସ,କ୍ରାଇମବ୍ରାଂଚ କଣ କରୁଥିଲେ?
୩.ପ୍ରତିବର୍ଷ ସମସ୍ତ ଅଫିସର ସଂପତି ତାଲିକା ଦିଅନ୍ତି । ଏତେ ଦିନ ଧରି ପାଠକଙ୍କ ସଂପତି ତାଲିକା ନେଇ କେମିତି ସନ୍ଦେହ କରିନଥିଲା ଭିଜିଲାନ୍ସ ବିଭାଗ?
୪.ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମଦମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ କାହିଁକି ଚାପିଥିଲେ ରାଜ୍ୟ ସରକାର ?
୫.ଚୋରି ଟଙ୍କାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କଲାବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଜାଣିପାରିଲାନି କେମିିତି?
୬.୮୦ ମଦ ମାଫିଆଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ କେମିତି ହେଲା କିଏ କରାଇଲା?
୭.କେଉଁ ଅଫିସର ରାଜନେତାଙ୍କୁ କୁକୁର ବୋଲି କହୁଛନ୍ତି?
୮.ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଲେଖିଥିବା ଚିଠିକୁ ସାର୍ବଜନୀନ କରିବେ କି?
ଆଇଏଫଏସ ଅଭୟ ପାଠକ ଓ ଆକାଶ ପାଠକଙ୍କ ଦୁର୍ନୀତି ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିବାବେଳେ ରାଜ୍ୟ ସରକାର କିଭଳି ଜାଣିପାରିଲେନି ସେ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।