ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍ ଫେରିଛି। ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଜଧାନୀର ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଥିବା ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଇଛି । ପୁରା ଆପାର୍ଟମେଣ୍ଟକୁ ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଫଳରେ ଆପାର୍ଟମେଣ୍ଟରୁ କେହି ବାହାରକୁ ଆସିପାରିବେନି କିମ୍ବା କାହାକୁ ଭିତରକୁ ଛଡାଯିବନି । ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଘର ଭିତରେ ହିଁ ରହିବେ । ଏହା ଛଡା ଆପାର୍ଟମେଣ୍ଟ ପରିସରରେ ଥିବା ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜରୁରୀ ସାମଗ୍ରୀ ଓ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ।
ଗତ କିଛିଦିନ ଧରି ବିଏମ୍ସି ଅଞ୍ଚଳରେ ସଂକ୍ରମଣ ଧିରେ ଧିରେ ବଢୁଥିବା ନଜର ଆସିଛି।ଗତକାଲି ଦୈନିକ ସଂକମଣ ଦେଢ ଶହ ପାର ହୋଇଛି।