THE BYAPINI

ବିଚ ରାସ୍ତାରେ ବିଶ୍ୱକର୍ମା, କାନ୍ଦୁଛି ଓଡ଼ିଆ କଣ୍ଟ୍ରାକ୍ଟର ।

Get real time updates directly on you device, subscribe now.


ଓଡ଼ିଆରେ ଗୋଟେ କଥା ଅଛି, ଯଦି ଜୀବନରେ ଟଙ୍କା କମେଇବାକୁ ଚାହଁ ତେବେ କଲେକ୍ଟର, କଣ୍ଟ୍ରାକ୍ଟର କିମ୍ବା କଣ୍ଡକ୍ଟର ହୁଅ । କିନ୍ତୁ ପରିତାପର ବିଷୟ ହେଉଛି ଯେ ଏବେ କଣ୍ଟ୍ରାକ୍ଟର ବା ଠିକାଦାର ଆମ ରାଜ୍ୟରେ ସବୁଠାରୁ ଅବହେଳିତ । ପରିସ୍ଥିତି ଏମିତି ହୋଇଛି ଯେ ଓଡ଼ିଆ କଣ୍ଟ୍ରାକ୍ଟର ଏବେ ରାଜରାସ୍ତାରେ । ବିଭିନ୍ନ ଦାବିରେ ଏବେ ନିଖିଳ ଓଡିଶା ଠିକାଦାର ମହାସଂଘ ରାଜରାସ୍ତାରେ ଧାରଣା ଦେଇଛି । ୧୦ ଦଫା ଦାବି ନେଇ ଓଡିଶା ଠିକାଦାରଙ୍କ ମହାସମାବେଶ । ଆସନ୍ତା ଶୁକ୍ରବାର ରାଜଧାନୀରେ ଗର୍ଜିବେ ଆଉ ସରକାରଙ୍କ ସାମ୍ନାରେ ନିଜର ଦାବି ଉପସ୍ଥାପନ କରିବେ । ଠିକାଦାରଙ୍କ ସମସ୍ତ ଦାବି ପୁରଣ ପାଇଁ ଭୁବନେଶ୍ୱର ଚାଲ ଡାକରା ଦେଇଛି ସଂଗଠନ । ଯେଉଁ ଦିଗଟି ଉପରକୁ ସମସ୍ତଙ୍କ ନଜର ଯାଉଛି ତାହେଲା, ଓଡିଶାର ସମସ୍ତ କାର୍ଯ୍ୟ କେବଳ ଓଡିଶା ଠିକାଦାରଙ୍କ ଦ୍ୱାରା ସମ୍ପାଦନ କରାଯାଉ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ରାଜ୍ୟରେ କଣ ଅଣ ଓଡିଆ କଂଟ୍ରାକ୍ଟରଙ୍କର ରାଜୁତି ଚାଲିଛି କି? ଆପଣ କିଛି ବଡ ବଡ କାମକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବୁଝିପାରିବେ । କିଭଳି ଓଡିଆ କଂଟ୍ରାକ୍ଟରଙ୍କୁ ଅବହେଳା କରାଯାଉଛି, ଆଉ ବାହାରୁ କଂଟ୍ରାକ୍ଟର ଆସି ରାଜ୍ୟରେ ବଡ ବଡ ଠିକା କାମ ନେଇ ଅୟସ କରୁଛନ୍ତି ।

ନିଖିଳ ଓଡିଶା ଠିକାଦାର ମହାସଂଘର ୧୦ ଦଫା ଦାବି ଉପରେ ନଜର ପକାନ୍ତୁ
୧- ୨୦୧୪ର ସ୍ଥିରିକୃତ ସିଡୁଲ ରେଟର ୨୦୨୧ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ
୨- ଭାରତ ସରକାରଙ୍କର ଷ୍ଟାଣ୍ଡାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ
୩- ଭାରତ ସରକାରଙ୍କର ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ
୪- ଓଡିଶା ସରକାରଙ୍କର ବିଭୀନ୍ନ କାର୍ଯ୍ୟରେ -୧୪.୯୯ର ସଂପୁର୍ଣ୍ଣ ଉଛେଦ ଏବଂ ପ୍ରତ୍ୟାହାର
୫- ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସଂପର୍କିତ ନିର୍ଦ୍ଦେଶ ଅନୁଯାୟୀ ଉଚିତ ନିୟମାବଳୀର ପ୍ରଚଳନ ଏବଂ ପ୍ରାପ୍ୟ ପ୍ରଦାନ
୬- ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍ ସଂପର୍କିତ ପ୍ରାପ୍ୟ ପ୍ରଦାନ
୭- ତେଲେଙ୍ଗାନା ସରକାରଙ୍କର ନୀତି ଅନୁଯାୟୀ ଜିଏସଟି ପାଇଁ ଓଡିଶା ଠିକାଦାରଙ୍କୁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ
୮- କୈାଣସି ବାହ୍ୟ ସର୍ତ୍ତ ବ୍ୟତୀତ କାର୍ଯ୍ୟାଦେଶ
୯- ପୁର୍ବ ବ୍ୟବସ୍ଥା ଅନୁଯାୟୀ ବିଭୀନ୍ନ ସିକ୍ୟୁରିଟି ପ୍ରଦାନ ବ୍ୟବସ୍ଥା ପୁନଃ ପ୍ରଚଳନ
୧୦- ଓଡିଶାର ସମସ୍ତ କାର୍ଯ୍ୟ କେବଳ ଓଡିଶା ଠିକାଦାରଙ୍କ ମାଧ୍ୟମରେ ସମ୍ପାଦନ

Get real time updates directly on you device, subscribe now.

Leave A Reply

Your email address will not be published.