THE BYAPINI

ବିମାନ ଯାତ୍ରୀଙ୍କ ଉପରେ ନଜର

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡିଶାରେ ଯେପରି ସଂକ୍ରମଣ ବୃଦ୍ଧି ନପାଏ ସେନେଇ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।ବିମାନ ବନ୍ଦରରେ ଏନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ମହାରାଷ୍ଟ୍ର, କେରଳ,ଆନ୍ଧ୍ରପ୍ରଦେଶ, ତାମିଲନାଡୁ,ପଂଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ,ତେଲେଙ୍ଗାନା, ମଧ୍ୟପ୍ରଦେଶ,ଚଣ୍ଡିଗଡରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଯାହାର ପଜିଟିଭ ଲକ୍ଷଣ ଦେଖାଯିବ ସେମାନଙ୍କୁ ଆଇସୋଲେସନରେ ରଖାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଭରୁଡ ଭେଙ୍କେଟେଶ୍ୱର ରାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଚିଠି ମିଳିଛି । ଆଜିଠୁ ଏହି ପ୍ରକିୟା ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

ପୂର୍ବରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ।ଭୁବନେଶ୍ୱର ବିମାନବନ୍ଦରକୁ ପ୍ରତିଦିନ ୩୨ଟି ବିମାନ ଯାତାୟାତ କରୁଛି । ଦିଲ୍ଲୀରୁ ୧୦ଟି, ମୁମ୍ବାଇରୁ ୫ଟି, ହାଇଦ୍ରାବାଦରୁ ୩ଟି ଓ ସୁରଟ, କୋଲକତା,ଚେନ୍ନାଇରୁ ବିମାନ ଭୁବନେଶ୍ୱର ଯାଆସ କରୁଛନ୍ତି । ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ୪ ହଜାର ଯାତ୍ରୀ ଓଡିଶା ଆସୁଛନ୍ତି । ତେଣୁ ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବ ସହ ସ୍କ୍ରିନିଂ କରାଯାଇ ଛଡାଯାଉଛି ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଭେଙ୍କେଟେଶ୍ୱର ରାୟ ।

Get real time updates directly on you device, subscribe now.

Leave A Reply

Your email address will not be published.