THE BYAPINI

ସାବଧାନ! ଦିନକୁ ଦିନ ବଢୁଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫,୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି । ଏହାସହ ୨୪ ଘଣ୍ଟାରେ ୧୬୧ ମୃତ୍ୟୁ ରେକର୍ଡ କରାଯାଇଛି।

ପୁଣି ମାଡ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୫୯,୦୪୮ରେ ପହଞ୍ଚିଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧.୭% ଅଧିକ ଥିବା ଜଣାପଡ଼ିଛି।ସେହିପରି ୧୬୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୪୪୬ରେ ପହଞ୍ଚିଛି।

ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। କରୋନା ଏମିତି ଭାବରେ କାୟା ମେଲାଉଥିବାରୁ ଅନେକ ରାଜ୍ୟରେ ପୁଣି ଥରେ ଲକଡାଉନ ଓ ସଟଡାଉନ ମଧ୍ୟ ଘୋଷଣା କଲେଣି ରାଜ୍ୟ ସରକାର। ଗୋଟିଏ ପଟେ କରୋନା ଟିକା ଦିଆଯାଉଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର।ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଗୁଜରାଟ ରାଜ୍ୟରେ ସର୍ବାଧିକସଂଖ୍ୟକ ସଂକ୍ରମଣ ରେକର୍ଡ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.