THE BYAPINI

ସାବଧାନ! ନମାନିଲେ ମାଡିଯିବ

Get real time updates directly on you device, subscribe now.

ଦେଶରେ ପୁଣି କଡ ଲେଉଟେଇଛି କରୋନା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସାବଧାନ ନହେଲେ ସଂକ୍ରମଣ ଆହୁରି ବଢିବାର ସମ୍ଭାବନା ରହିଛି । ୧୦୨ ଦିନ ପରେ କରୋନା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ କରି ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୩ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ ।୨୪ ଘଣ୍ଟା ମଧ୍ୟରେ ୩୫,୮୭୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୪ କୋଟିରୁ ଅଧିକ ରହିଥିବା ଜଣାପଡ଼ିଛି। ଏବଂ୧୭୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୭୪,୬୦୫ରେ ପହଞ୍ଚିଛି । କ୍ରମାଗତ ଆଠ ଦିନ ହେବ ଦେଶରେ ସଂକ୍ରମଣ ସଂଖ୍ୟା ୨୦ ହଜାରରୁ ଊର୍ଦ୍ଧ୍ୱ ରହୁଥିବା ବେଳେ ୨୪ ଘଂଟାରେ ୩୫ ହଜାର ଟପିଛି ।
ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ କହିଛନ୍ତି।ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳୁଛି । ବୁଧବାର ଦିନ, ୨୩,୧୭୯ଟି ନୂଆ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି ।ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୨୩,୭୦,୫୦୭କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୫୩,୦୮୦ରେ ପହଞ୍ଚିଛି ।

ଗତ ବର୍ଷ ଠିକ୍‌ ଏହି ସମୟରେ କରୋନ ତାର କାୟା ବସ୍ତାର କରିଥିଲା। ମଝିରେ କିଛି ଦିନ ଏଥରୁ ସାମାନ୍ୟ ଅଶ୍ୱସ୍ତି ମିଳିଥିବାବେଳେ ପୁଣି ଏହା ବଢିବାକୁ ଲାଗିଛି। କରୋନାର ଦ୍ୱିତୀୟ ଲହର ଆସିଛି ବୋଲି ଆଶଙ୍କା କରାଯାଉଛି। ଗୋଟିଏ ପଟେ ଟିକାକରଣ ଚାଲିଥିବାବେଳେ ଅନ୍ୟପଟେ ବଢୁଥିବା ସଂକ୍ରମଣ ହାର ସରକାରଙ୍କ ଚିନ୍ତା ବଢାଇ ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.