ଭାଇରସ ବଢାଉଛି ଭୟ
କରୋନା କମବ୍ୟାକ ପରେ ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ନିୟନ୍ତ୍ରଣ ବାହାରକୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । କଟକଣା, କଂଟେନମେଂଟ ଜୋନ, ନାଇଟ କର୍ଫ୍ୟୁ ସତ୍ୱେ ସଂକ୍ରମଣ ହୁହୁ ହୋଇ ବଢିବାରେ ଲାଗିଛି । ଏପ୍ରିଲ ମାସରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଂଟାରେ ପାଖାପାଖି ଦେଢ ଲକ୍ଷ ପାଖାପାଖି ପହଚିଂଗଲାଣି ଭାଇରସ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୫ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୯୪ଜଣଙ୍କ ମୃତ୍ୟୁ ହୋଇଛି ।ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ୧ ଲକ୍ଷ ଉପରେ ରହୁଛି । ତେଣୁ ଏହାକୁ ନେଇ ଦେଶରେ ଚିନ୍ତା ବଢ଼ିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୫ ହଜାର ୯୨୬ରେ ପହଞ୍ଚିଛି।ଏବେ ଦେଶରେ ମୋଟ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ମୁତାବକ ଏବେ ୧୦,୪୬, ୬୩୧ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୯ ସୁଦ୍ଧା ସମୁଦାୟ ୨୫,୫୨,୧୪,୮୦୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୧,୭୩,୨୧୯ଟି ନମୁନା।