THE BYAPINI

ମାଡିଚାଲିଛି ମୃତ୍ୟୁ

Get real time updates directly on you device, subscribe now.

ସ୍ଥିତି ଅସମ୍ଭାଳ । ବେକାବୁ ହେଉଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ସହ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ଦିନକରେ ୨୭୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଁଚିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ହଜାର ୩୦୭ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪ରେ ପହଞ୍ଚିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣ ଥମୁନାହିଁ। ଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। କରୋନା କବ୍‌ଜାରେ ଛଟପଟ ହେଉଥିବା ଦିଲ୍ଲୀରେ ଦୈନିକ ୩୫୦ରୁ ଅଧିକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି।

ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୮୨ ହଜାର ୨୦୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତିକାଲି ୨ ଲକ୍ଷ ୫୧ ହଜାର ୮୨୭ ଲୋକ କରୋନାକୁ ମାତ୍ ଦେଇଛନ୍ତି । ସେପଟେ ଏଯାଏ ଦେଶରେ ମୋଟ ଟିକାକରଣ ହୋଇଛି ୧୪ କୋଟି ୫୦ ଲକ୍ଷ ୮୫ ହଜାର ୯୧୧ ଜଣ ।

Get real time updates directly on you device, subscribe now.

Leave A Reply

Your email address will not be published.