THE BYAPINI

ଶୀର୍ଷକୁ ଛୁଇଁ ଖସିଲା କି ସଂକ୍ରମଣ?

Get real time updates directly on you device, subscribe now.

ଦେଶରେ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ । ଗତ କିଛି ଦିନର ବ୍ୟବଧାନ ପେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ସଂକ୍ରମଣ ସଂଖ୍ୟା ସାମାନ୍ୟ ତଳକୁ ଖସିଥିଲେ ମଧ୍ୟସ୍ଥିତି ଅସମ୍ଭାଳ ରହିଛି । କିପରି କରୋନା ଚେନକୁ ବ୍ରେକ କରିହେବ ସେ ନେଇ ବିଭିନ୍ନ ରାଜ୍ୟରେ ଲକଡାଉନ , ସଟଡାଉନ ଲାଗୁ କରାଯାଇଛି । ଲୋକମାନେ ଏହି ସଂକ୍ରମଣ ଭିତରେ ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ୩ ଲକ୍ଷ ୬୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୫୪ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ତଳକୁ ଖସିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୬ ଲକ୍ଷ ୬୨ ହଜାର ୫୭୫ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬ରେ ପହଞ୍ଚିଛି।

ଦେଶରେ ଏବେ ମୋଟ ସୁସ୍ଥ ସଂଖ୍ୟା ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ରେ ପହଁଚିଛି। ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭୪୫୨୩୭। ଦିଲ୍ଲୀ,ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ପରି ଅନେକ ରାଜ୍ୟରେ ଏବେ ବି ସ୍ଥିତି ସଂଗୀନ ରହିଛି । ଲୋକଙ୍କୁ ହସ୍ପିଟାଲରେ ବେଡ ମିଳୁନି । ତ ଆଉ କାହାକୁ ଅକ୍ସିଜେନ ମିଳୁନି । ଦେଶରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛିା

Get real time updates directly on you device, subscribe now.

Leave A Reply

Your email address will not be published.