ବେଲଗାମ ସଂକ୍ରମଣ
ଦେଶରେ ବେଲଗାମ କରୋନା ସଂକ୍ରମଣ । ବିଭିନ୍ନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୋଟେ ପଟେ ସଂକ୍ରମଣ ଅନ୍ୟପଟେ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ମହାମାରୀର ମୁକାବିଲା ପାଇଁ ଦେଶରେ କଟକଣା, ନାଇଟ କର୍ଫ୍ୟୁ, କିଛି ରାଜ୍ୟରେ ଲକଡାଉନ ପରେ ବି ସ୍ଥିତି ନିୟ୍ନ୍ତ୍ରଣକୁ ଆସୁନାହିଁ ।
ଗତ ୨୪ଘଂଟାରେ ଦେଶରୁ ପୁଣି ଚିହ୍ନଟ ହୋଇଛନ୍ତିି ୩ଲକ୍ଷ ୫୨ ହଜାର ୯୯୧ ନୂଆ ସଂକ୍ରମିତ । ସେହିପରି ଦେଶରେ ଗତ ୨୪ଘଂଟାରେ ୨ ହଜାର ୮୧୨ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଛି। ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୪୩,୦୪,୩୮୨। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮,୧୩,୬୫୮।
ସାରା ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କରୋନା ଟେଷ୍ଟ ଏବଂ ଟିକାକରଣକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର। ରବିବାର ୧୪,୦୨,୩୬୭ଟି ଟେଷ୍ଟ ହୋଇଥିବା ବେଳେ ଏଯାବତ ୨୭,୯୩,୨୧,୧୭୭ଟି କରୋନା ନମୁନା ପରୀକ୍ଷା ହୋଇଛି। ସେହିପରି ଏଯାବତ ଦେଶରେ ୧୪,୧୯,୧୧,୨୨୩ ଜଣ ଟିକାକରଣ ହୋଇଛନ୍ତି।