THE BYAPINI

ଦିନକରେ ୩୬୪୫ ଜଣଙ୍କର ମୃତ୍ୟୁ

Get real time updates directly on you device, subscribe now.

କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ବିବ୍ରତ କରୁଛି ବେକାବୁ କରୋନା । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କାମ ଦେଉନି କଟକଣା । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନାରୁ କରୁଣ ଦୃଶ୍ୟ ଯାଉଛି । କେଉଁଠି ବେଡ଼ ନାହିଁ ତ କେଉଁଠି ଅମ୍ଲଜାନ ନାହିଁ । କେଉଁଠି ରୋଗୀ ବାରଣ୍ଡାରେ ପଡିରହିଛି ତ ଆଉ କେଉଁଠି ଶ୍ମଶାନରେ ଶବ ପାଇଁ ଜାଗା ନାହିଁ । ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ଲହର ଏତେ ଭୟଙ୍କର ହେବ ବୋଲି କେହି ଅନୁମାନ ମଧ୍ୟ କରିନଥିଲେ ।

ଗତ ୨୪ ଘଂଟାରେ ଦେଶରେ ଦୈିନିକ ସଂକ୍ରମଣ ରେକର୍ଡ କରିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟାରେ କରୋନା ଜନିତ ସଂକ୍ରମଣରେ ୩,୬୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨ କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଦିଲ୍ଲୀ, ୟୁପି, କର୍ଣ୍ଣାଟକ, ଗୁଜରାଟ ଓ ଛତିଶଗଡରେ ସ୍ଥିତି ସାଂଘାତିକ ରହିଛି । ଅନେକ ରାଜ୍ୟ କରୋନା ଚେନ ଭାଙ୍ଗିବାକୁ ସଟଡାଉନ ଓ ଲକଡାଉନ ମଧ୍ୟ କରିଛନ୍ତି । କିନ୍ତୁ କରୋନା ଅଣାୟତ ହେବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.