THE BYAPINI

କରୋନା କଲାଣି କମବ୍ୟାକ୍ ! ୧୦ ଦିନରେ ସଂକ୍ରମଣ ଦୁଇଗୁଣ

Get real time updates directly on you device, subscribe now.

ଦେଶରେ ହୁ ହୁ ହୋଇ ବଢିଲାଣି କରୋନା ସଂକ୍ରମଣ । ଗତବର୍ଷ ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କା ଦେଖାଦେଲାଣି । ଗତ ୨୪ ଘଣ୍ଟାର କରୋନା ରିପୋର୍ଟରେ କିଛି ଏଭଳି ଦିଗ ସାମ୍ନାକୁ ଆସୁଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଏହାକୁ ଅଧିକ ଚିନ୍ତାଜନକ କରିଛି ମୃତ୍ୟୁହାର । କାରଣ ୨୪ ଘଣ୍ଟା ମଧ୍ୟରେ ୩୧୨ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ପଟେ ଟିକାକରଣ ଜୋରଦାର ଚାଲିଥିବା ବେଳେ କରୋନା ପୁଣିଥରେ ଏଭଳି କାୟା ମେଲାଇବା ଚିନ୍ତା ବଢାଇଛି ।

ସବୁଠୁ ବଡ କଥା ହେଲା ଗତ ୬ ମାସ ମଧ୍ୟରେ ଏଭଳି ସଂକ୍ରମଣ ସର୍ବାଧିକ ବୋଲି କୁହାଯାଉଛି । ଅଥାର୍ତ ଗତ ୬ ମାସ ପୂର୍ବେ ଦେଶରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ ତାହାର ପୁନରାବୃତ୍ତି ଆରମ୍ଭ ହୋଇଛି । ଆଉ ଏସବୁ ଦୃଷ୍ଟିରେ ରଖି କରୋନା ଲଢେଇକୁ ଆହୁରି ତ୍ରୀବତର କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବା ସହ ଶହ ଶହ ସଂଖ୍ୟାରେ ଲୋକେ ଯେପରି ଏକାଠି ନ ହେବେ ତାହା ଉପରେ କଡା ନଜର ରଖାଯାଇଛି । ଯେଉଁଥିପାଇଁ ହୋଲି ସେଲିବ୍ରେସନ ଉପରେ କଡା କଟକଣା ଲଗାଇଛନ୍ତି ବିଭିନ୍ନ ରାଜ୍ୟ । ନିଜ ପରିବାର ସହ ହୋଲି ପାଳିବାକୁ ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ବିବାହ ଉତ୍‌ସବ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି ।

ଏବେ ମୁଖ୍ୟତଃ ୩ଟି ରାଜ୍ୟରେ କରୋନା ଉଗ୍ର ରୂପ ଧାରଣ କରିଛି । ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡରେ କରୋନା ପୁଣିଥରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ସବୁଠୁ ବଡ କଥା ହେଲା ମାତ୍ର ୧୦ ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦୁଇଗୁଣ ହୋଇଛି । ଯାହା ଦର୍ଶାଉଛି କେତେ ମାରାତ୍ମକ ରୂପ ଧରିଲାଣି ମହାମାରୀ କରୋନା । ମାର୍ଚ୍ଚ ୧୫ରେ ଦେଶରେ ଦୈନିକ ୨୭ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମାର୍ଚ୍ଚ ୨୫ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢି ୫୪ ହଜାରରେ ପହଞ୍ଚିଛି । ଯାହା ଦର୍ଶାଉଛି କେତେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ।

Get real time updates directly on you device, subscribe now.

Leave A Reply

Your email address will not be published.