THE BYAPINI

ଜାଣନ୍ତୁ କେଉଁ ଆଠଟି ରାଜ୍ୟରେ ଭୟଙ୍କର ହେଉଛି କରୋନା?

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଥିବା ବେଳେ ୮ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଦେଶର ଆଠଟି ରାଜ୍ୟରେ ଦୈନିକ କୋଭିଡ୍‌-୧୯ ମାମଲା ରିପୋର୍ଟରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଦେଶରେ ଚିହ୍ନ୍ହୋଟ ଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ । ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ମାମଲା ଦୈନିକ ସର୍ବାଧିକ ୪୦,୪୧୪କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ପଛକୁ କର୍ଣ୍ଣାଟକ ରହିଛି । କର୍ଣ୍ଣାଟକରେ ଦୈନିକ ୩,୦୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ପଞ୍ଜାବରେ ୨,୮୭୦, ମଧ୍ୟପ୍ରଦେଶରେ ୨,୨୭୬, ଗୁଜୁରାଟରେ ୨,୨୭୦, କେରଳରେ ୨,୨୧୬, ତାମିଲନାଡୁରେ ୨,୧୯୪ ଏବଂ ଛତିଶଗଡରେ ୨,୧୫୩ ମାମଲା ରିପୋର୍ଟ ହୋଇଥିବା ମନ୍ତ୍ରାଳୟ କହିଛି।

ଭାରତର ମୋଟ ସକ୍ରିୟ କେସ୍‌‌ ୫,୨୧,୮୦୮ରେ ପହଞ୍ଚିଛି ଏବଂ ଏହା ମୋଟ ସଂକ୍ରମଣର ୪.୩୩ ପ୍ରତିଶତ ଅଟେ। ପାଞ୍ଚଟି ରାଜ୍ୟ- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ- ଦେଶର ମୋଟ ସକ୍ରିୟ ମାମଲାର ୮୦.୧୭ ପ୍ରତିଶତ ଅଟେ

Get real time updates directly on you device, subscribe now.

Leave A Reply

Your email address will not be published.