THE BYAPINI

ମାଡିବସିଲାଣି ଭୟ

Get real time updates directly on you device, subscribe now.

ଦେଶରେ ନିୟନ୍ତ୍ରଣ ବାହାରେ ମହାମାରୀ କରୋନା । ପ୍ରଥମ ପର୍ଯ୍ୟାୟଠୁ ବି ସାଂଘାତିକ ରୁପ ନେଇଛି ଦ୍ୱିତୀୟ ପର୍ଯ୍ୟାୟ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ସଂକ୍ରମଣ ରୋକିବାକୁ ବିିଭିନ୍ନ ରାଜ୍ୟ ଅନେକ କଟକଣା ଲାଗୁ କରିଥିଲେ ବି ସ୍ଥିତି ଅଣାୟତ ହେବାରେ ଲାଗିଛି । ମେଡିକାଲ ବାହାରେ ଆକ୍ରାନ୍ତଙ୍କ ଲମ୍ବା ଲାଇନ । କେଉଁଠି ବେଡ ନାହିଁ ତ, କେଉଁଠି ଅକ୍ସିଜେନର ଅଭାବ । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା ।

ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୪ ଦିନ ପୂର୍ବରୁ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୪ କୋଟି ଥିଲା । ହେଲେ ଠିକ୍ ୪ ଦିନ ପରେ ଏହା ୧.୫ କୋଟିକୁ ବୃଦ୍ଧି ପାଇଛି । ଅର୍ଥାତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଦିନ ମଧ୍ୟରେ ୧୦ ଲକ୍ଷ ପାର କରିଛି । କରୋନାର ପ୍ରଥମ ଲହରେ ବେଳେ ୧୦ ଲକ୍ଷ ଲୋକ ସଂକ୍ରମିତ ହେବାକୁ ୧୬୯ ଦିନ ଲାଗିଥିଲା । ହେଲେ ଦ୍ୱିତୀୟ ଲହରରେ ପ୍ରଥମ ୧୦ ଲକ୍ଷଲୋକ ୧୧ ଦିନରେ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ୧୦ ଲକ୍ଷ ଲୋକ ସଂକ୍ରମିତ ହେବା ପାଇଁ ମାତ୍ର ୪ ଦିନ ଲାଗିଲା । ଏହି ସଂଖ୍ୟା ସୂଚାଇ ଦେଉଛି କି କରୋନା ସଂକ୍ରମଣ ବେଗ କିଭଳି ରହିଛି ।
ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, ଗୁଜୁରାଟ, କର୍ଣ୍ଣାଟକ ,ପଂଜାବରେ ସଂକ୍ରମଣ ଚିନ୍ତା ବଢାଉଛନ୍ତି । କଟକଣା,କର୍ଫ୍ୟୁ ପରେ ବି ସଂକ୍ରମଣ ବେକାବୁ ହେବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.