ପ୍ଲାଟୋ ଷ୍ଟେଜରେ କରୋନା..ଆଗକୁ କମିବ ନା ବଢିବ ସଂକ୍ରମଣ?
ସଂକ୍ରମଣର ଭୟ ମଧ୍ୟରେ କିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଗତ ୨୪ ଘଂଟାରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଲଗାତର ୫ ଦିନ ହେବ ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସହ ବେଶି ବୃଦ୍ଧି ହେଉନି ପାଖାପାଖି ସମାନ ରହୁଛି । ୬ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ୭ ହଜାର ପାର କରିନି । ତେଣୁ ଏବେ ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଡିଏମଇଟି ସିବିକେ ମହାନ୍ତିଙ୍କ କହିବା ଅନୁସାରେ, ପ୍ଲାଟୋ ଷ୍ଟେଜକୁ ଆସିବା ପରେ ସଂକ୍ରମଣ ପରିସଂଖ୍ୟାନ କମିପାରେ । ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା କରାଯାଉଛି । କିନ୍ତୁ ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । ତେବେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ କମିଯାଉଛି । ତେବେ କିଛି ଲୋକଙ୍କ ଲକ୍ଷଣନଥିଲେ ବି ହସ୍ପିଟାଲରେ ଆଡମିଟ ହୋଇ ବେଡ ମାଡ଼ି ବସୁଛନ୍ତି । ଯାହାଦ୍ୱାର ଜଣେ ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ବେଡ଼ ମିଳିବା କଷ୍ଟକର ହୋଇପଡୁଛି । ତେବେ ରାଜ୍ୟରେ ଆବଶ୍ୟକ ପରିମାଣରେ ବେଡ଼ ରହିଛି,ଯଦି ସଂକ୍ରମଣ ବଢେ ସେହି ଅନୁସାେୀ ଭେଂଟିଲେଟର ମଧ୍ୟ ବଢାଯିବ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।