ଜାଣନ୍ତୁ କାଲିଠୁ କ’ଣ ଖୋଲା,କ’ଣ ବନ୍ଦ?
ଅଗଷ୍ଟ ୧ ଯାଏ ସାରା ରାଜ୍ୟରେ ଆଶିଂକ ଲକଡାଉନ ଲାଗୁ କରାଯାଇଥିବା ବେଳେ କିଛି କଟକଣା କୋହଳ କରାଯାଇଛି । ଆସନ୍ତାକାଲିଠୁ ସାରା ରାଜ୍ୟରେ ବସ୍ ଚଳାଚଳ କରିବ । ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ଚଳାଚଳ ବସ୍ କରିବନି । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ସେହିପରି ଖୋଲିବ ଜିମ୍-ବିୟୁଟି ପାର୍ଲର । ସମଗ୍ର ରାଜ୍ୟରେ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ, ସେଠାରେ ବସିକି କେହି ଖାଇପାରିବେ ନାହିଁ । ବିବାହ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ପୂର୍ବ କଟକଣା ଜାରି ରହିବ ।