THE BYAPINI

କମୁନି ବରଂ ବଢୁଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ କମୁନି ବଂର ଧୀରେ ଧୀରେ ବଢୁଛି କରୋନା ସଂକ୍ରମଣ । ବର୍ଷ ପରେ ପୁଣି କଡ଼ ଲେଉଟାଇଲାଣି କରୋନା । ପୁଣିଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଂଟାରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି।

କିଛି ଦିନର ବ୍ୟବଧାନ ପରେ ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢି ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୮୮୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଗତ ୮୩ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୩୩,୭୨୮ରେ ପହଞ୍ଚିଛି। ସେହପରି ଗତ ୨୪ ଘଣ୍ଟାରେ ହୋଇଥିବା ୧୪୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୪୪୬ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶରେ ଏବେ ସୁଦ୍ଧା ୧ କୋଟି ୯ ଲକ୍ଷ ୭୩ ହଜାର ୨୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୨ ହଜାର ୨୨ ଆକ୍ଟିଭ ମାମଲା ରହିଛି।ମହାରାଷ୍ଟ୍ରରେ ଶୁକ୍ରବାର ୧୫ ହଜାର ୮୧୭ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ଲକ୍ଷ ୮୨ ହଜାର ୧୯୧ ହୋଇଛି। ମୃତ୍ୟୁ ସଂଖ୍ୟା ୫୨ ହଜାର ୭୨୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଗତ ଅକ୍ଟୋବରରେ ସର୍ବାଧିକ ୧୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ତାପରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଗତ ମାସରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.