ଆକ୍ରାନ୍ତ ବଢୁଛନ୍ତି ଅପହଂଚ ଅଂଚଳରେ
କରୋନାର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଯାହାକୁ ସ୍ପର୍ଶ କରିପାରିନଥିଲା , ଦ୍ୱିତୀୟ ଲହରରେ ସେମାନଙ୍କୁ ସଂକ୍ରମିତ କରିଛି । ଦୁର୍ଗମ ଅପହଂଚ ଇଲାକା ବଣ୍ଡାଘାଟିକୁ ପଶିଲା କରୋନା । ଆଦିମ ବଣ୍ଡା ଜନଜାତିର ପ୍ରାୟ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରିର ମୁଦୁଲିପଡା ଏବଂ ଅଣ୍ଡ୍ରାହଲର କିଛି ଲୋକେ ଅନକାଡେଲି ସାପ୍ତାହିକ ହାଟକୁ ଯାଇଥିବା ବେଳେ ଆନ୍ଧ୍ରର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସନ୍ଦେହ କରୁଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର ଲାଗି ବଣ୍ଡାଘାଟିରେ ଏକାଥରକେ ୧୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
କରୋନା ସମୟରେ ବଣ୍ଡାଘାଟିକୁ ବାହାରର ଲୋକମାନଙ୍କୁ ପ୍ରବେଶ ମନା ଥିବା ବେଳେ ଏବେ ସେମାନେ ଆନ୍ଧ୍ର ଷ୍ଟ୍ରେନ୍ ଦ୍ଵାରା ସଂକ୍ରମିତ ହୋଇଛନ୍ତି। କରୋନା ସମୟରେ ବଣ୍ଡାଘାଟିକୁ ବାହାରର ଲୋକମାନଙ୍କୁ ପ୍ରବେଶ ମନା ଥିବା ବେଳେ ଏବେ ସେମାନେ ଆନ୍ଧ୍ର ଷ୍ଟ୍ରେନ୍ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଣ୍ଡାଗୁଡା ଠାରେ ବଣ୍ଡାମାନଙ୍କ ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବାରୁ ସେମାନେ ବାଧ୍ୟ ହୋଇ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଓ ପ୍ରସାଧନ ସାମଗ୍ରୀ ପାଇଁ ପୁନ୍ତିମାଳି ବଣ୍ଡା ଘାଟି ଅଣ୍ଡ୍ରାହଲ ପାର ହୋଇ ଆନ୍ଧ୍ର ପ୍ରଦେଶର ଅନାକାଡଲି ହାଟକୁ ଯାଇଥାନ୍ତି। ସେହି ହାଟରୁ ବଣ୍ଡାମାନେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ମୁଦୁଲିପଡା ପଞ୍ଚାୟତର ୪ ଜଣ ଥିବା ବେଳେ ଅଣ୍ଡ୍ରାହଲ ପଞ୍ଚାୟତର ଆଠ ଜଣ ରହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହାକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। କୋଭିଡ୍ ନିୟମ ପାଳନ ସହ କରୋନା କଟକଣା ସଂପର୍କରେ ଜନସଚେତନତା ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ କରି ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ସେପଟେ ନିୟମଗିରି ଡଙ୍ଗରିଆଙ୍କୁ କରୋନା । ସପ୍ତାହକ ମଧ୍ୟରେ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ସପ୍ତାହରେ ୬ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦୁଇ ଜଣ ପୁରୁଷଙ୍କ ସହ ଚାରି ଜଣ ଡଙ୍ଗରିଆ ମହିଳା କରୋନା ସଂକ୍ରମିତ ହୋଇଛନ୍ତି ।