THE BYAPINI

ପୁଣି ବନ୍ଦ ହେବ କି ଶ୍ରୀମନ୍ଦିର?

Get real time updates directly on you device, subscribe now.

ଶ୍ରୀମନ୍ଦିରକୁ ସଂକ୍ରମଣ ଭୟ । ଦୀର୍ଘ ମାସ ବନ୍ଦ ରହିବା ପରେ ଗତ ଜାନୁଆରୀ ମାସରୁ ଶ୍ରୀମନ୍ଦିରରେ କଟକଣା ମୁକ୍ତ ଦର୍ଶନ ଚାଲିଛି । ହେଲେ ଏବେ ପୁଣି ବନ୍ଦ ହେବ କି ଶ୍ରୀମନ୍ଦିର ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଏବେ ପୁରୀକୁ ଘାରିଛି କରୋନା ଭୟ । ପୁଣି ସବୁଠି ବ୍ୟାପିଲାଣି ସଂକ୍ରମଣ । ଶ୍ରୀମନ୍ଦିର ୧୦ ସେବାୟତ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ,ଜଗନ୍ନାଥ ଟେମ୍ପଲ ପୁଲିସ୍‌ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି ।

କରୋନା ସଂକ୍ରମଣ ଯୋଗୁଁ ପୁରୀ ଶ୍ରୀମନ୍ଦିର ପାଖାପାଖି ୯ ମାସ ଧରି ବନ୍ଦ ହେବା ପରେ ଗତ ଜାନୁଆରୀ ମାସରେ ଭକ୍ତଙ୍କ ପାଇଁ ଖୋଲିଥିଲା । ଭକ୍ତମାନେ କଟକଣା ମୁକ୍ତ ଦର୍ଶନ କରୁଥିଲେ । କିନ୍ତୁ ପୁଣି ଥରେ ସ୍ଥିତି ଖରାପ ହେଲାଣି । ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଏକ ପ୍ରକାର ଭୟ ଖେଳିଯାଇଛି । ଏବେ ରବିବାର ଦିନ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ସେଦିନ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଉଛି ।

ସେହିପରି ପୁରୀର ଜଣେ ପର୍ୟ୍ୟଟକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ପଜିଟିଭ ଚିହ୍ନଟ ପର୍ୟ୍ୟଟକ ଜଣକ ନାବାଳିକା । ସେ ସୁରତରୁ ବାପାମାଆଙ୍କ ସହ ଆସିଥିଲେ ଜଗନ୍ନାଥ ଦର୍ଶନ ପାଇଁ । ପୁରୀ ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.