THE BYAPINI

କରୋନା ରିପୋର୍ଟ ନଦେଲେ ଜଗା ଦର୍ଶନ ମନା…

Get real time updates directly on you device, subscribe now.

ଏଇ ମାସ ଅର୍ଥାତ ଡିସେମ୍ବର ଶେଷ ସୁଦ୍ଧା ଖୋଲିପାରେ ଶ୍ରୀମନ୍ଦିର । ହେଲେ ପ୍ରଥମେ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ । ପୁରୀ ବାସିନ୍ଦା ପ୍ରଥମେ କାଳିଆ ଦର୍ଶନ କରିବା ପରେ ଜାନୁଆରୀରୁ ୩ରୁ ପୁରୀ ବାହାର ଲୋକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ହେଲେ ଭକ୍ତଙ୍କୁ ଅଡୁଆ କରିଛି କରୋନା । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ପ୍ରଥମତଃ କରୋନା ପରୀକ୍ଷା କରିବାକୁ ପଡିବ । କରୋନା ରିପୋର୍ଟ ନେଗେଟିଭ ଦେଖାଇଲା ପରେ ହିଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ । ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତି ହୋଇଛି ।

ମନ୍ଦିର ଭିତରକୁ ପ୍ରବେଶ ବେଳେ କରୋନା ନେଗେଟିଭ ରିପୋର୍ଟ, ମାସ୍କ,ଓ ସାନିଟାଇଜର ଆବଶ୍ୟକ ଅଟେ । ଯଦି କରୋନା ନେଗେଟିଭ ରିପୋର୍ଟ ନଥିବ ତାହେଲେ ବଡ଼ଠାକୁରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ପ୍ରାୟ ୯ ମାସ ଧରି କୋଟି କୋଟି ଭକ୍ତ ଯେଉଁ ସମୟକୁ ଅପେକ୍ଷା କରିଥିଲେ ତା ବହୁତ ଜଲଦି ଆସିବାକୁ ଯାଉଛି । ଭକ୍ତ ଓ ଭଗବାନଙ୍କର ମିଳନ ହେବ । ଛତିଶା ନିଯୋଗ ଓ ପ୍ରଶାସନ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଜଗା ଦର୍ଶନ କରିବେ ଭକ୍ତ ।

ତେବେ କୋଭିଡ କଟକଣା ସହ ବେଶ ସତର୍କତାର ସହ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କେବେଳ ୫ ହଜାର ଲୋକ ଦର୍ଶନ କରିପାରିବେ । ଏହା ପରେ ଧିରେ ଧିରେ ସଂଖ୍ୟା ବୃଦ୍ଧି କରାଯିବ । କରୋନା କାଳରେ କିଭଳି ଭକ୍ତ କାଳିଆ ଦର୍ଶନ କରିବେ ସେ ନେଇ ଏସଓପି ଜାରି କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.