THE BYAPINI

ଜଗା ଦର୍ଶନ: ଲୋଡା ନାହିଁ କରୋନା ରିପୋର୍ଟ

Get real time updates directly on you device, subscribe now.

ପୁରୀ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆସନ୍ତା ୨୧ ତାରିଖରୁ ଜଗା ଦର୍ଶନ ପାଇଁ ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ନିଷ୍ପିତି ନିଆଯାଇଛି । ପୂର୍ବ ନିଷ୍ପତି ଅନୁସାରେ ଏସଓପିକୁ କୋହଳ କରାଯାଇଛି ।

ଏଣିକି ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଭକ୍ତ । ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ । ସକାଳ ୬ରୁ ୭ଟା ଯାଏ ଁ କେବେଳ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ଅନୁମତି ମିଳିବ । ପୁରୀ ବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯିବ । ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ ।

ଗତ ୯ ମାସ ପରେ ଡିସେମ୍ବର ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଲା । ପ୍ରଥମେ ସେବାୟତ ଓ ପୁରୀ ବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା । ଏହା ପରେ ଜାନୁଆରୀ ୩ ତାରିଖରୁ ଜିଲ୍ଲା ଓ ଜିଲ୍ଲାର ବାହାର ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଥିଲା । ଡିସେମ୍ବର ୨୬ରୁ ଜାନୁଆରୀ ୧୬ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୪୧୧ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆସନ୍ତା ୨୧ ତାରିଖରୁ ଦୈନିକ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ପରିସର ସଂପୂର୍ଣ୍ଣ ସାନିଟାଇଜ୍ କରାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.